ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି ପାଇଁ ସଂକଳ୍ପ ପାରିତ

add-all

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବାକୁ ଅଭିଯାନ ଜୋରଦାର ହୋଇଛି।  ରାଜସ୍ଥାନ କଂଗ୍ରେସ ପ୍ରଥମ ରାଜ୍ୟ ଭାବେ ରାହୁଲ ଗାନ୍ଧି ପୁଣିଥରେ କଂଗ୍ରେସର ସଭାପତି ଦାୟିତ୍ୱ ନିଅନ୍ତୁ ବୋଲି ଏକ ସଙ୍କଳ୍ପ ପାରିତ ହୋଇଛି। ସର୍ବସମ୍ମତିକ୍ରମେ ଦଳୀୟ ନେତାମାନେ ରାହୁଲ ଗାନ୍ଧିଙ୍କୁ ସଭାପତି କରିବା ପାଇଁ ଆସିଥିବା ପ୍ରସ୍ତାବକୁ ପାରିତ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ। ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ନିଜ ଆଡ଼ୁ ରାହୁଲ ଗାନ୍ଧିଙ୍କୁ ସଭାପତି କରିବାକୁ ସଂକଳ୍ପ ପାରିତ କରିବା ନୂଆ ଟ୍ୱିଷ୍ଟ ଆଣିଛି । ସେହିଭଳି ଛତିଶଗଡ ମଧ୍ୟ ରାହୁଲଙ୍କୁ ସଭାପତି କରିବା ନେଇ ସଙ୍କଳ୍ପ ପାରିତ କରିଛି।  ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହି ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଅନ୍ୟ ରାଜ୍ୟର କଂଗ୍ରେସ ୟୁନିଟି ମଧ୍ୟ ରାହୁଲ ଗାନ୍ଧିଙ୍କ ସପକ୍ଷରେ ସଂକଳ୍ପ ପାରିତ କରିବେ ବୋଲି ଜଣାପଡ଼ିଛି । ସେପ୍ଟେମ୍ବର ୨୪ରୁ କଂଗ୍ରେସ ସଭାପତି ପଦ ର୍ନିବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।  ଏହାପୂର୍ବରୁ ହିଁ ବିଭିନ୍ନ ରାଜ୍ୟର  କଂଗ୍ରେସ ୟୁନିଟି ପ୍ରସ୍ତାବ ପାରିତ କରିଛନ୍ତି ।

ad-week
Leave A Reply

Your email address will not be published.