ସାଥୀ ଝିଅମାନଙ୍କର ଆପତ୍ତିଜନ ଭିଡିଓ ଭାଇରାଲ କରିଥିବା ଯୁବତୀ ଗିରଫ

add-all

ଚଣ୍ଡିଗଡ଼: ଚଣ୍ଡିଗଡ଼ ୟୁନିଭର୍ସିଟିରେ ନିଜ ରୋମମେଣ୍ଟଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପଞ୍ଜାବ ପୁଲିସ ସମ୍ପୃକ୍ତ ଯୁବତୀଙ୍ଗୁ ଗିରଫ କରିଛି। ହଷ୍ଟେଲର ସାଥୀ ଯୁବତୀମାନେ ଏହି ଅଭିଯୋଗ ଆଣିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ଏ ବିଷୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସଫେଇ ଦିଆଯାଇଛି। ସେଥିରେ କୁହାଯାଇଛି ଯେ, ସମ୍ପୃକ୍ତ ଯୁବତୀ ଜଣଙ୍କ ତାଙ୍କର ବ୍ୟକ୍ତିଗତ ଏକ ଭିଡିଓ କ୍ଲିପ ସିମଲାରେ ଥିବା ତାଙ୍କ ପୁରୁଷ ବନ୍ଧୁଙ୍କୁ ପଠାଇଛନ୍ତି। ମୋହାଲିରେ ଥିବା ଚଣ୍ଡିଗଡ଼ି ୟୁନିଭର୍ସିଟି କ୍ୟାମ୍ପସରେ ଭାଇରାଲ ଭିଡିଓକୁ ନେଇ ହଙ୍ଗାମା କରିଥିଲେ। ହଷ୍ଟେଲ ଛାତ୍ରୀମାନେ କ୍ୟାମ୍ପସରେ ହୋ ହଲ୍ଲା ଓ ବିକ୍ଷୋଭ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ସୂଚନା ଅନୁସାରେ, ପ୍ରାୟ ୬୦ଜଣ ଝିଅ ହଷ୍ଟେଲ୍‌ରେ ଗାଧଉ ଥିବା ଭିଡିଓ ଲିକ୍‌ ହୋଇ ଥିଲା। ହଷ୍ଟେଲ୍‌ର ଜଣେ ଛାତ୍ରୀ ଏହି ଭିଡିଓ ଉତ୍ତୋଳନ କରି ସିମ୍‌ଲାର ତାଙ୍କ ପୁରୁଷ ବନ୍ଧୁଙ୍କୁ ପଠାଇବା ପରେ ସେଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଥିବା ଅଭିଯୋଗ ହୋଇଥିଲା।
ପରେ ବହୁ ଶିକ୍ଷାର୍ଥୀ ଶନିବାର କ୍ୟାମ୍ପସ୍‌କୁ ଆସି ପ୍ରତିବାଦ ପ୍ରଦର୍ଶନ କରିଥିଲେ। ସେମାନେ କହିଥିଲେ ଯେ, କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି।ଉତ୍ତେଜିତ ନ ହେବା ପାଇଁ ପଞ୍ଜାବ ସ୍କୁଲ୍‌ ଶିକ୍ଷାମନ୍ତ୍ରୀ ହର୍‌ଜୋତ୍‌ ସିଂହ ବୈନ୍‌ସ୍‌ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କୁ କହିଛନ୍ତି।
ସେ ଟ୍ୱିଟ୍‌ କରି ସେ ଲେଖିଛନ୍ତି ଦୋଷୀ ନିସ୍ତାର ପାଇବ ନାହିଁ। ଘଟଣାଟି ଖୁବ୍‌ ସ୍ପର୍ଶକାତର ଏବଂ ଝିଅମାନଙ୍କ ମର୍ଯ୍ୟାଦା ସହିତ ସଂଶ୍ଳିଷ୍ଟ। ଗଣମାଧ୍ୟମ ସମେତ ଆମେ ସମସ୍ତେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବା ଉଚିତ। ନୂଆ ସମାଜ ଭାବେ ଏଇଟା ଆମ ପାଇଁ ଗୋଟାଏ ପରୀକ୍ଷା ମଧ୍ୟ।
ବିଶ୍ୱବିଦ୍ୟାଳୟ ଅଧିକାରୀ କହିଛନ୍ତି ଯେ, ଭିଡିଓ ଲିକ୍‌ ଯୋଗୁଁ ପ୍ରଭାବିତ ହୋଇଥିବା ଜଣେ ଝିଅ ଚେତା ହରାଇବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ମାମଲା ବିଷୟରେ ସାଇବର୍‌ ଅପରାଧ ଶାଖାରେ ରିପୋର୍ଟ କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ ଝିଅଟି ଦୋଷସ୍ୱୀକାର କରୁଥିବାର ଦୃଶ୍ୟ ମଧ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି।

ad-week
Leave A Reply

Your email address will not be published.