ଚୀନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଏକ୍ସପ୍ରେସ ୱେରେ ଓଲଟିପଡିଲା ବସ, ୩୦ ଜଣଙ୍କର ମୃତ୍ୟୁ

add-all

ବେଜିଙ୍ଗ: ଚୀନ୍‌ର ଦକ୍ଷିଣ-ପଶ୍ଚିମରେ ଥିବା ଗୁଇଁଝୋଉରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଚୀନ୍‌ର ସାଣ୍ଡୁ କାଉଣ୍ଟି ଏକ୍ସପ୍ରେସ ୱେରେ ଏକ ବସ୍ ଓଲଟି ପଡିବାରୁ ବସ୍‌ରେ ଥିବା ୩୦ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି । ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସମସ୍ତେ ଚିକିତ୍ସିତ ହେଉଛନ୍ତି।
ରିପୋର୍ଟ ଅନୁଯାୟୀ ବସ୍‌ରେ ମୋଟ ୪୭ ଜଣ ଯାତ୍ରୀ ଥିବାବେଳେ ବସଟି, ଗୁଇଁଝୋଉ ପ୍ରଦେଶର ରାଜଧାନୀ ଗୁଆନାଙ୍ଗ ସହରର ଦକ୍ଷିଣ-ପଶ୍ଚିମ ଭାଗରେ ଥିବା ସାଣ୍ଡୁ କାଉଣ୍ଟିରେ ବସ୍ ଓଲଟି ପଡିଥିଲା। ତାଜା ସୂଚନା ମୁତାବକ କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବାର କୁହାଯାଉଛି। ଏଭଳି ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା ବଢିପାରେ |

ad-week
Leave A Reply

Your email address will not be published.