କଟକ କାଠଯୋଡ଼ି ନଦୀ ପୋଲ ଉପରୁ ଡେଇଁଲେ ମହିଳା

କଟକ: ନଦୀକୁ ଡେଇଁଲେ ମହିଳା। କଟକ କାଠଯୋଡ଼ି ନଦୀ ପୋଲ ଉପରୁ ଡେଇଁ ପଡ଼ିଥିଲେ ଜଣେ ମହିଳା। ତାଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକେ ପ୍ରୟାସ କରିଥିଲେ। ଏକ ଦଉଡ଼ି ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। କେଉଁ କାରଣରୁ ମହିଳା ଜଣକ ନଦୀକୁ ଡେଇଁଥିଲେ ତାର କାରଣ ଅସ୍ପଷ୍ଟ ରହିଛି।

ମହିଳାଙ୍କ ପରିଚୟ ମଧ୍ୟ ମିଳିପାରିନାହିିଁ। ଉଦ୍ଧାର ମହିଳାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ମହିଳାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗକୁ ଫୋନ କରାଯାଇଥିଲେ ମଧ୍ୟ ଆସିବାରେ ବିଳମ୍ବ ହେବାରୁ ଅସନ୍ତୋଷ ଦେଖାଦେଇଥିଲା।

ad-week
Leave A Reply

Your email address will not be published.