ଦାରିଙ୍ଗବାଡ଼ି  ତହସିଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ  

add-all

                

ଦାରିଙ୍ଗବାଡ଼ି, (୧୮/୯) : ରବିବାର ଦିନ ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ତହସିଲଦାର ଅଶୋକ କୁମାର ଦାଶଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଗଦାଧର ପାତ୍ର ଉପସ୍ଥିତ ରହି  ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ  ତହସିଲ କାର୍ଯ୍ୟାଳୟ ପରିସରରେ ରହିଥିବା  ଲତାବୁଦା  ଜେସିପି ମାଧ୍ୟମରେ ସଫା ସୁତାର କରିବା ସହ ଅଳିଆ ଆବର୍ଜନା ସବୁ ପରିଷ୍କାର କରିଥିଲେ । ଲୋକଙ୍କୁ  ତହସିଲ ସମ୍ପର୍କିତ ସମସ୍ତ ସୁବିଧା ଯୋଗାଇ ଦିଆଯିବା ସହିତ ଅନ୍ୟ ସମୟରେ ତହସିଲ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ସଫାସୁତୁରା ରଖି ଏଠାରେ ଏକ ମିନି ପାର୍କ  କରି ବିଭିନ୍ନ କିସମର ଫୁଲ ଫଳ ଗଛ ଲଗାଇ କାର୍ଯ୍ୟାଳୟ ପରିବେଶକୁ ଏକ ସୁନ୍ଦର ପରିବେଶରେ ତିଆରି କରାଯିବ । ଯଦ୍ୱାରା ତହସିଲ କାର୍ଯ୍ୟ ନେଇ ଦୂରଦୂରାନ୍ତରୁ ଆସୁଥିବା ଜନସାଧାରଣ  ଉତ୍ତମ ପରିବେଶରେ ବସିବା ପାଇଁ ସୁବିଧା ପାଇଁ ପାରିବେ ବୋଲି ତହସିଲଦାର ଶ୍ରୀ ଦାଶ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଆର୍ ଆଇ ଗ୍ରୀନବାଡ଼ି  ଦୁର୍ଗାପ୍ରସାଦ ପ୍ରଧାନଙ୍କ ସମେତ ଆର୍ ଆଇ ବ୍ରାହ୍ମଣୀଗାଁ ରଞ୍ଜିତ କଂହର, ଆର୍ ଆଇ ବୁଡ଼ାଗୁଡ଼ା ଜସମୀନା ପ୍ରଧାନ,  ଆର୍ ଆଇ  ଦାସିଙ୍ଗବାଡ଼ି ସୁବ୍ରତ ମଲ୍ଲିକ ପ୍ରମୁଖଙ୍କ ସହ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଥିଲେ।

ad-week
Leave A Reply

Your email address will not be published.