କେନ୍ଦ୍ରୀୟ ନିର୍ଦ୍ଦେଶକଙ୍କ ହିଞ୍ଜିଳିକାଟୁ ଗସ୍ତ

add-all


ହିଞ୍ଜିଳିକାଟୁ (୧୮।୯) : କେନ୍ଦ୍ର ସରକାର ଙ୍କ କର୍ପୋରେଟ ବ୍ୟାପାର ବିଭାଗର ନିର୍ଦ୍ଦେଶକ ସଞ୍ଜୟ ଜୈନ ରବିବାର ହିଞ୍ଜିଳିକାଟୁ ବ୍ଲକ୍ ଓ ପୌରାଞ୍ଚଳ ଗସ୍ତରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଦେଖିବା ସହ ସେଗୁଡିକ ର କାର୍ଯ୍ୟକାରିତା ପଚାରି ବୁଝିଥିଲେ। ବିଭିନ୍ନ ସ୍ଥାନରେ ଜନପ୍ରତିନିଧି ଓ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି। ତାରାତାରିଣୀ ମନ୍ଦିର ଦର୍ଶନ କରି କେନ୍ଦ୍ରୀୟ ନିର୍ଦ୍ଦେଶକ ଜୈନ ପ୍ରଥମେ ହିଞ୍ଜିଳିକାଟୁ ବ୍ଲକ୍ ନନ୍ଦିକ ପଞ୍ଚାୟତରେ ପହଞ୍ଚିଥିଲେ। ସେଠାରେ ସରପଞ୍ଚ କୃଷ୍ଣ ଭଉଳ, ବିଡ଼ିଓ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ ମନୋରଞ୍ଜନ ସାହୁ ଓ ବ୍ଳକ ପଞ୍ଚାୟତର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ନିର୍ଦ୍ଦେଶକ ଜୈନ ନନ୍ଦିକ ପଞ୍ଚାୟତରେ ଜଳ ଅମଳ ସଂରଚନା ପ୍ରକଳ୍ପ ଓ ରୂପାନ୍ତରିତ ହାଇସ୍କୁଲ ବୁଲି ଦେଖିଥିଲେ। ସେଠାରୁ ରାଳବ ପଞ୍ଚାୟତ ରେ ପହଞ୍ଚି ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ଗୋଷ୍ଠୀ ଭିତ୍ତିକ ଜଳ ସଂରକ୍ଷଣ କୂଅ , ଶାସନଆମ୍ବଗାଁ ପଞ୍ଚାୟତ ଆଧୁନିକ ପୋଖରୀ ଓ ଗୋଷ୍ଠୀ ଭିତ୍ତିକ ଜଳ ସଂରକ୍ଷଣ କୂଅ ଦେଖି ଥିଲେ। ସାରୁ ପଂଚାୟତ ରେ ପାଇପ ଦ୍ବାରା ପାନୀୟ ଜଳ ବଣ୍ଟନ, ଜଳ ସଂରକ୍ଷଣ କୂଅ, ଅନୁର୍ବର ଜମିରେ ଚାରା ରୋପଣ ପ୍ରକଳ୍ପ ଦେଖିଥିଲେ। ହିଞ୍ଜିଳିକାଟୁ ପୌରପରିଷଦରେ ପହଞ୍ଚି ହିଞ୍ଜିଳି ଦେଉଳ ବନ୍ଧ ନବୀକରଣ, ମଳ ବିଶୋଧନ କେନ୍ଦ୍ର ଇତ୍ୟାଦି ବୁଲି ଦେଖିଥିଲେ। ପରେ ସେ ଏଠାରୁ ଭଞ୍ଜନଗର ଅଭିମୁଖେ ଯାତ୍ରା କରିଥିଲେ।

ad-week
Leave A Reply

Your email address will not be published.