ଭୁଲ୍‌ ଇଞ୍ଜେକସନ ପାଇଁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ; ଆକ୍ରମଣର ଶୀକାର ହେଲେ ଡାକ୍ତର ଓ କର୍ମଚାରୀ

add-all

ଭଦ୍ରକ ୧୮/୦୯: ଭୁଲ ଇଞ୍ଜେକସନ୍‌ ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ଏହି ଅଭିଯୋଗରେ ଜଣେ ଘରୋଇ ଡାକ୍ତରଖାନାର  ଡାକ୍ତର ଏବଂ କର୍ମଚାରୀଙ୍କୁ ଆକ୍ରମଣ । ଏପରି ଘଟଣା ଭଦ୍ରକରେ ଗ୍ରାମାଞ୍ଚଳ ଥାନା  ଅଧୀନ ଚେକ ଗେଟ  ପାଖରେ  ଥିବା ଏକ ଘରୋଇ ଡାକ୍ତରଖାନାରେ ଦେଖିବାକୁ ମିଳିଛି। କରଞ୍ଜଆଡ଼ିଆର ରାଜମୋହନ ପଣ୍ଡା (୧୧) ଅସୁସ୍ଥ ଥିବାରୁ ଥିବାରୁ  ତାଙ୍କୁ ଏହି ଘରୋଇ ଡାକ୍ତରଖାନାକୁ  ଅଣାଯାଇଥିଲା।

ସେଠାରେ ଚିକିତ୍ସା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ। ପରେ ତାଙ୍କୁ ଏକ ଇଞ୍ଜେକ୍ସନ ଦେବା ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାର କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି। ଭୁଲ ଇଞ୍ଜେକ୍ସନ ପାଇଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ  ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଏନେଇ ପରେ ଡାକ୍ତର, ଡାକ୍ତରଖାନା କର୍ମଚାରୀ ଓ ଡାକ୍ତରଙ୍କ ପରିବାର ଲୋକଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶୀକାର ହୋଇଥିବା ଡାକ୍ତର ଆହତ ହୋଇଥିବା ବେଳେ ତାଙ୍କ ଘର ଆସବାବପତ୍ର ଓ କବାଟ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.