ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ଦିଲୀପ ତିର୍କୀ

add-all

ଭୁବନେଶ୍ବର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହକି ଆସୋସିଏସନ ଅଫ ଓଡ଼ିଶାର ସଭାପତି ପଦରେ ଥାଇ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅକ୍ଟୋବର ୧ ତାରିଖରେ ହକି ଇଣ୍ଡିଆ ସଭାପତି ପଦ ପାଇଁ ନିର୍ବାଚନ ହେବ। ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ଦିଲୀପ ତିର୍କୀ ଟ୍ବିଟ କରି ସୂଚନା ଦେଇଛନ୍ତି।ଭାରତୀୟ ହକି ଦଳର ଅଧିନାୟକ ଭାବେ ଅନେକ ରେକର୍ଡ କରିଛନ୍ତି ଦିଲ୍ଲୀପ ତିର୍କୀ।
ନାମାଙ୍କନ ପତ୍ର ଦାଖଲ ପରେ ପ୍ରତିକ୍ରିୟା ରଖି ଦିଲୀପ ତିର୍କୀ କହିଛନ୍ତି ଯେ ମୁଁ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛି। ହକି ଇଣ୍ଡିଆକୁ ନୂଆ ସୋପାନରେ ପହଞ୍ଚାଇବାକୁ ପ୍ରତିଜ୍ଞାବଦ୍ଧ ରହିଛି ବୋଲି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.