ଏସସିବି ମେଡିକାଲ ଭିତରେ ମଦ ପିଇବା ଘଟଣା, ଚାକିରିରୁ ତଡ଼ା ଖାଇଲେ ଲିଫ୍ଟ୍ ଅପରେଟର

କଟକ: ଏସସିବି ମେଡିକାଲ ଭିତରେ ମଦ ପିଇବା ଘଟଣା। ଚାକିରିରୁ ତଡ଼ା ଖାଇଲେ ଲିଫ୍ଟ୍ ଅପରେଟର ସନ୍ତୋଷ ଦାସ। ଭାଇରାଲ  ଭିଡିଓରେ ସନ୍ତୋଷ ଦିନରେ ବୋତଲରୁ ଗ୍ଲାସକୁ ମଦ ଢାଳୁଥିବା ଦୃଶ୍ୟ ଥିଲା। ଏହି ଘଟଣାକୁ ଗୁରୁତର ସହକାରେ ନେଇ ଏସସିବି କର୍ତ୍ତୃପକ୍ଷ ଲିଫ୍ଟ କର୍ମଚାରୀଙ୍କୁ ଆଜି ଚାକିରିରୁ ବହିଷ୍କାର କରିଛନ୍ତି।

ଏହି ଘଟଣାରେ ତଦନ୍ତ ଜାରି ରହିଛି ଅଧିକ କର୍ମଚାରୀଙ୍କ ସଂପୃକ୍ତି ଆସିଲେ  କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଏସସିବି ମେଡିକାଲ ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.