ଘରୁ ଉଦ୍ଧାର ହେଲା ଜୁନିଅର କଳାକାରଙ୍କ ମୃତ ଦେହ

add-all

ଚେନ୍ନାଇ: ଜଣେ ଯୁବ କଳାକାରଙ୍କ ମୃତ ଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି। ୨୯ ବର୍ଷୀୟ ଦୀପା ନାମ୍ନୀ ଜଣେ ତାମିଲ ଅଭିନେତ୍ରୀଙ୍କ ମୃତ ଦେହ ତାମିଲନାଡ଼ୁସ୍ଥିତ ଭିରୁଗମ୍ବାକମ ସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ଜୁନିଅର କଳାକାର ଭାବେ କାମ କରୁଥିବା ଦୀପା ତାମିଲ ମୁଭିରେ ଭୈଥା ନାମରେ ପରିଚିତ ଥିଲେ। ଭିରୁଗମ୍ବାକମ ସ୍ଥିତ ଆପାର୍ଟମେଣ୍ଟରେ ଦୀପା ଏକୁଟିଆ ରହୁଥିଲେ। ଦୀପା ଗ୍ଲାମରେ ଜଗତରେ କାମ ପାଇଁ ସଂଘର୍ଷ କରୁଥିଲେ। ନିଜ ବାନ୍ଧବୀ ପ୍ରଥମେ ଦୀପାଙ୍କ ମୃତ ଦେହକୁ ଦେଖିଥିଲେ। ଦୀପାଙ୍କ ଫୋନ୍‌ରେ ପରିବାର ଲୋକଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ ତାଙ୍କ ବାନ୍ଧବୀ ଦୀପାଙ୍କ ଖବର ନେବାକୁ ଆସିଥିଲେ।
ତେବେ ସେଠାରେ ଆସି ଦେଖିବା ବେଳକୁ ଦୀପାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିଲା। ଏହା ପରେ ସେ ପୁଲସିକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.