କଣ୍ଟାବାଞ୍ଜି : ଲଜରୁ ଟଙ୍କା ଜବତ ଘଟଣା, ୫ ଇଟାଭାଟି ମାଲିକ ଓ ୨ ଦାଦନ ସର୍ଦ୍ଦାରଙ୍କୁ ଗିରଫ କଲା ପୋଲିସ

Independence

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଲଜ୍‌ରୁ ଟଙ୍କା ଜବତ ଘଟଣା। ୫ଜଣ ଇଟାଭାଟି ମାଲିକ ଓ ଦୁଇ ଜଣ ଦାଦନ ସର୍ଦ୍ଦାରକୁ ଏସ୍‌ପି ଅଫିସକୁ ଉଠାଇ ଆଣିଲା କଣ୍ଟାବାଞ୍ଜି ପୋଲିସ। ଅତିରିକ୍ତ ଏସ୍‌ପିଙ୍କ ପ୍ରକୋଷ୍ଠରେ ଚାଲିଛି ପଚରାଉଚରା। ବଢୁଛି ହେରଫେର ଟଙ୍କାର ପରିମାଣ। ପ୍ରଥମେ ୫୮ଲକ୍ଷ ଟଙ୍କା ଜବତ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲା ପୋଲିସ। ତନାଘନା ପରେ ବାହାରିଥିଲା ୧୨ଲକ୍ଷ ୨୬ ହଜାର। ଗତକାଲି ପୁଣି ଆଉ ୭ ଲକ୍ଷ ଟଙ୍କା ଅନ୍ୟ ଜଣଙ୍କଠାରୁ ମିଳିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ମୋଟ ୭୮ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.