ମୋ ବସରେ ମେଡିକାଲ ଯାଉଥିବା ସମୟରେ କ୍ୟାନ୍ସର ରୋଗୀଙ୍କ ଠାରୁ ଲୁଟ୍

add-all

ଭୁବନେଶ୍ୱର:କ୍ୟାନ୍ସର ରୋଗୀଙ୍କ ଠାରୁ ଲୁଟ୍ । ମୋ ବସରେ ମେଡିକାଲ ଯାଉଥିବା ସମୟରେ ଲୁଟର ଶିକାର ହେଲେ ରୋଗୀ। ଚିକିତ୍ସା ପାଇଁ ଆଣିଥିବା ୧୫ହଜାର ଟଙ୍କା ଲୁଟିନେଲେ ଲୁଟେରା। ମୋ ବସରେ ଯାତ୍ରୀ ବେଶରେ ଆସୁଛନ୍ତି ଲୁଟେରା। ତେବେ ଗଞ୍ଜାମ ଅଞ୍ଚଳରୁ ଚିକିତ୍ସା ପାଇଁ ଭୁବନେଶ୍ୱର ଆସିଥିଲେ ବୃଦ୍ଧ ଜଣଙ୍କ।

ତେବେ ବାଣୀବିହାର ଷ୍ଟପେଜରେ ତାଙ୍କ ପକେଟରେ ଟଙ୍କା ନଥିବାର ସେ ଦେଖିବାକୁ ପାଇଥିଲେ। ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ ବୃଦ୍ଧ ଜଣଙ୍କ। ଅଭିଯୋଗ ଆଧାରରେ ୯ନମ୍ବର ବସକୁ ଯାଞ୍ଚ କରୁଛି ପୋଲିସ୍।

ad-week
Leave A Reply

Your email address will not be published.