ଅକ୍ଟୋବର ୧୬ରେ ଓଡିଶା ପ୍ରଶାସନିକ ସେବା ପ୍ରିଲିମନାରୀ ପରୀକ୍ଷା

add-all

କଟକ: ଓଡିଶା ପ୍ରଶାସନିକ ସେବାର ପ୍ରିଲିମ ପରୀକ୍ଷା ଆସନ୍ତା ଅକ୍ଟୋବର ୧୬ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ରାଜ୍ୟର ୫ଟି ଜୋନ କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଡିଶା ଲୋକସେବା ଆୟୋଗ – ଓପିଏସସି ବିଜ୍ଞପ୍ତି ପ୍ରକାଶ କରିଛି।

ଏଥିରେ ୨ଟି ସିଟିଙ୍ଗରେ ପରୀକ୍ଷା ହେବ। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ବର୍ଗର ପ୍ରାର୍ଥୀଙ୍କ ପାଇଁ ପୂର୍ବାହ୍ନ ୧୦ରୁ ୧୨ଟା ପ୍ରଥମ ସିଟିଙ୍ଗ ଏବଂ ଅପରାହ୍ନ ୧.୩୦ରୁ ୩.୩୦ ଯାଏଁ ଦ୍ଵିତୀୟ ସିଟିଙ୍ଗ ପରୀକ୍ଷା ହେବ। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ପ୍ରତି ସିଟିଙ୍ଗରେ ଅଧିକ ୪୦ ମିନିଟ ଅର୍ଥାତ ପୂର୍ବାହ୍ନ ୧୦ରୁ ୧୨.୪୦ ପ୍ରଥମ ସିଟିଙ୍ଗ ଏବଂ ଅପରାହ୍ନ ୧.୩୦ରୁ ୪.୧୦ ଯାଏଁ ଦ୍ଵିତୀୟ ସିଟିଙ୍ଗ ପରୀକ୍ଷା ହେବ। ପ୍ରଥମ ସିଟିଙ୍ଗରେ ଜେନେରାଲ ଷ୍ଟଡ଼ିଜ ପ୍ରଥମ ପେପର ଓ ଦ୍ଵିତୀୟ ସିଟିଙ୍ଗରେ ଜେନେରାଲ ଷ୍ଟଡ଼ିଜ ଦ୍ଵିତୀୟ ପେପର ପରୀକ୍ଷା ହେବ।

ad-week
Leave A Reply

Your email address will not be published.