ଟିଭି ଚ୍ୟାନେଲରେ ଘୃଣା ଉଦ୍ରେକକାରୀ ଭାଷଣକୁ ଅନୁମତି ଦେଇହେବ ନାହିଁ : ସୁପ୍ରିମକୋର୍ଟ

add-all

ନୂଆଦିଲ୍ଲୀ : ଘୃଣା ଉଦ୍ରେକକାରୀ ଭାଷଣକୁ ନେଇ ଟିଭି ଚ୍ୟାନେଲମାନଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ମତ ପ୍ରକାଶ କରିବାର ସ୍ବାଧୀନତା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ବି ଟିଭି ଚ୍ୟାନେଲରେ ଘୃଣା ଉଦ୍ରେକକାରୀ ଭାଷଣକୁ ଅନୁମତି ଦେଇହେବ ନାହିଁ ।
ଆଜି ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ କେ.ଏମ.ଜୋସେଫ କହିଛନ୍ତି ଯେ, ଘୃଣା ଉଦ୍ରେକ ପାଇଁ ଟିଭି ଚ୍ୟାନେଲଗୁଡ଼ିକୁ ଏକ ପ୍ଲାଟଫର୍ମ ଭାବେ ବ୍ୟବହାର କରାଯାଉଛି । ରାଜନୈତିକ ଦଳଗୁଡ଼ିକୁ ଏହାକୁ ନିଜର ସ୍ବାର୍ଥସାଧନ ପାଇଁ ବ୍ୟବହାର କରୁଛନ୍ତି ।
ଜଷ୍ଟିସ୍ ଜୋସେଫ କହିଛନ୍ତି ଯେ, ମୁଖ୍ୟଧାରା ଟିଭିଗୁଡିକରେ ଆଙ୍କର ଅର୍ଥାତ୍ ସମ୍ବାଦ ଉପସ୍ଥାପକ ବା ଉପସ୍ଥାପିକାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଜଷ୍ଟିସ ଜୋସେଫ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ସରକାର କାହିଁକି ଏ ପ୍ରସଙ୍ଗରେ “ମୂକ ଦର୍ଶକ” ହୋଇ ରହିଛନ୍ତି? “ଏ ପ୍ରସଙ୍ଗରେ ସରକାର ଏକ ପ୍ରତିଦ୍ବନ୍ଦୀ ଭୂମିକା ବଦଳରେ ସହାୟକ ଭୂମିକାରେ ରହିବା ଆବଶ୍ୟକ ।
ଘୃଣା ଉଦ୍ରେକକାରୀ ଭାଷଣ ପାଇଁ ବ୍ରିଟେନର ଏକ ଟିଭି ଚ୍ୟାନେଲ ଉପରେ ଲଗାଯାଇଥିବା ଜୋରିମାନାକୁ ଉଦାହରଣ ଦେଇ ସେ କହିଥିଲେ ଯେ ମତ ପ୍ରକାଶ କରିବାର ସ୍ବାଧୀନତା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ବି ଟିଭି ଚ୍ୟାନେଲରେ ଘୃଣା ଉଦ୍ରେକକାରୀ ଭାଷଣକୁ ଅନୁମତି ଦେଇହେବ ନାହିଁ ।
ଘୃଣାଉଦ୍ରେକକାରୀ ଭାଷଣକୁ ରୋକିବାକୁ ଆଗତ କେତେକ ମାମଲାର ଶୁଣାଣି ଜଷ୍ଟିସ କେଏମ ଜୋସେଫ ଓ ହୃଷିକେଶ ରାୟଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଏକ ଦୁଇଜଣିଆ ବେଞ୍ଚ୍ କରୁଛନ୍ତି ।

ad-week
Leave A Reply

Your email address will not be published.