ଟ୍ରକ୍ ଧକାରେ ଯୁବକ ମୃତ

add-all

ନିଶ୍ଚିତକୋଇଲି ୨୩/୦୯: ଟ୍ରକ୍ ଧକ୍କାରେ ଯୁବକ ମୃତ। ନିଶ୍ଚନ୍ତକୋଇଲି ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ସୁକରପଡା ବଜାରରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ମାହାଙ୍ଗା ଥାନା ଗୋତରା ପଞ୍ଚାୟତ ଆପିଲୋ ଗ୍ରାମର ସୁବାସ ପଣ୍ଡାଙ୍କ ୪୨ ବର୍ଷୀୟ ପୁଅ ମାନସ ପଣ୍ଡା ।

ସୂଚନାନୁଯାୟୀ, ମାନସ କେନ୍ଦ୍ରାପଡ଼ାର ଏକ ୟାମା ସୋରୁମରେ କାମ କରନ୍ତି। କିଛି ସମୟ ପୂର୍ବେ ସେ ବାଇକରେ ଘରୁ ବାହାରି କେନ୍ଦ୍ରାପଡ଼ା ଯାଉଥିଲେ। ସୁକରପଡା ବଜାରରେ କଟକରୁ କେନ୍ଦ୍ରାପଡ଼ା ଯାଉଥିବା ଏକ ଦଶଚକିଆ ଟ୍ରକ ତାଙ୍କୁ ଚାପିଦେଇଥିଲା। ଫଳରେ ଘଟଣାସ୍ଥଳରେ ମାନସଙ୍କର ମୃତ୍ୟୁ ହୋଇଛି। ତେବେ ଟ୍ରକ୍ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଟ୍ରକ୍ ଜବତ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ad-week
Leave A Reply

Your email address will not be published.