
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୨ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ପ୍ରସନ୍ନ କୁମାର ଡିଗାଲ(୪୨)କୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।
ଘଟଣା ଅନୁସାରେ ଗତ ୨୦/୦୮/୧୯ ସନ୍ଧ୍ୟା ସମୟରେ ଶିଶୁଟି ଘର ବାରଣ୍ଡାରେ ଖେଳୁଥିବା ବେଳେ ଅଭିଯୁକ୍ତ ପ୍ରସନ ତାକୁ ଚକୋଲେଟ ଦେଇ ନିକଟସ୍ଥ ଏକ ସ୍ଥାନକୁ ନେଇ କୁଆଡେ ଦୁଷ୍କର୍ମ କରି ଥୁବା ଅଭିଯୋଗ ହୋଇ ଥିଲା । ଝିଅକୁ ନପାଇ ମା ଓ ମାଉସୀ ମିଶି ଖୋଜା ଖୋଜି କରିବା ବେଳେ ଚର୍ଚ୍ଚ ବାରଣ୍ଡାରେ ଅଭିଯୁକ୍ତକୁ ଦେଖିଥିଲେ । ତେବେ ଅଭିଯୁକ୍ତ ଘଟଣା ସ୍ଥଳରୁ ଦଉଡି ପଳାଇଥିଲା l ପରଦିନ ନାବାଳିକାର ମା ଜି. ଉଦୟଗିରି ଥାନାରେ ଏତେଲାଦେଇଥିଲେ l ଜି. ଉଦୟ ଗିରି ପୋଲିସ ୧୦୦/୧୯ ରେ ମାମଲା ରୁଜ୍ଜୁ କରିବାସହ ଅଭିଯୁକ୍ତ ପ୍ରସନକୁ ଗିରଫ କରିଥିଲା
ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା।
ସେହି ମାମଲାର ଘଟଣା ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି । ଏଥି ସହିତ ଏହି ମାମଲାରେ ପୀଡିତାର ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l