ପୁରୀ ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନ୍‌ଏମଏର ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ

add-all

ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନ୍‌ଏମଏର ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗକୁ ଏକ ଚିଠି ଲେଖି ଅବଗତ କରାଇଛନ୍ତି। ପୂର୍ବରୁ ୨୦୧୪ ମସିହାରେ ଏନଏମଏ ନୂଆ ପ୍ରଶାସନିକ କୋଠା ପାଇଁ ୧୨. ୧୯ ମିଟର ତଥା ଜି+୨ କୋଠା ନିର୍ମାଣ କରିବାକୁ ଅନୁମତି ଦେଇଥିଲା।

ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରି ଏନଏମଏ କିଭଳି ୭.୫୦ ମିଟର ତଥା ଜି+୧ କୋଠା ନିର୍ମାଣ ପାଇଁ ସୁପାରିଶ କରିଛି ସେନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରଶ୍ନ ଉଠାଇଛି। ବର୍ତ୍ତମାନର ପ୍ରଶାସନିକ କୋଠା ଗ୍ରାଉଣ୍ଡ ଫ୍ଲୋରକୁ ମିଶାଇ ତିନି ମହଲା ବିଶିଷ୍ଟ ହୋଇଥିବା ବେଳେ ଯଦି ଦୁଇ ମହଲା ବିଶିଷ୍ଟ କୋଠା କରାଯିବ ଏହାକୁ ଏବେକାର କୋଠା ସହ ମିଶାଯାଇ ପାରିବ ନାହିଁ ବୋଲି କହିଛି ଶ୍ରୀମନ୍ଦିର ପ୍ରଶାସନ। ଏଣୁ ପୂର୍ବରୁ ଏନଏମଏ ଦେଇଥିବା ଅନୁମତି ଅନୁଯାୟୀ ଜି+୩ ବିଲଡିଂ ନିର୍ମାଣ ପାଇଁ ଅନୁମତି ଦିଆଯାଉ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

ad-week
Leave A Reply

Your email address will not be published.