ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

add-all

ଭୁବନେଶ୍ୱର: ବିଜେଡି ନେତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତ ବ୍ୟକ୍ତି ହେଉଛନ୍ତି ଧର୍ମେନ୍ଦ୍ର ସାହୁ। ସେ ପୁରୀ ଜିଲ୍ଲା ନିମାପଡ଼ାର ୧୧ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ । ସକାଳୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ସେ ତାଙ୍କ ଫେସବୁକରେ ଲେଖିଥିଲେ ଦୁଇଟି ଭିଡିଓ ରଖିଛନ୍ତି। ଆଉ ଏବେ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ତେଣୁ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ ଏବଂ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଧର୍ମେନ୍ଦ୍ରଙ୍କ ମୃତ ଦେହ ଉଦ୍ଧାର ହେବାର ୪ ଘଣ୍ଚା ପୂର୍ବରୁ ତାଙ୍କ ଫେସବୁକରେ ଲେଖିଥିବା ପୋଷ୍ଟକୁ ନେଇ ଚର୍ଚ୍ଚା ବଢିଛି। ଆଉ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛର କାରଣ ଏହି ଫେସବୁକ ପୋଷ୍ଟ ବୋଲି ସନ୍ଦେହ କରାଯାଉଛି। କାରଣ ସେ ରଖିଥିବା ଦୁଇଟି ଭିଡିଓକୁ ସାର୍ବଜନୀନ କରିବେ ବୋଲି ଧମକ ଦେଇଥିଲେ। ହେଲେ କାହାର ଭିଡିଓ ଧର୍ମେନ୍ଦ୍ର ରଖିଥିଲେ ଆଉ ସେହି ଭିଡିଓ କଣ? ତାହା ଏବେ ତଦନ୍ତ ସାପେକ୍ଷ।

ad-week
Leave A Reply

Your email address will not be published.