ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଝିଅ କ୍ରୀଷ୍ଣା ସାହୁ

add-all

ଭୁବନେଶ୍ବର : ଓଡିଶା ପାଇଁ ଗୌରବ ଆଣିଲେ କ୍ରୀଷ୍ଣା । ପୁଣି ଜାତୀୟ ସ୍ତରରେ ଆୟୋଜିତ ସିଲଫିନା ମିଡିଆ ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ ନ୍ୟାସନାଲ ଲେଭଲ୍ ଫ୍ୟାଶନ୍ ଶୋ ସିଲ୍ଫିନା ମିଷ୍ଟର, ମିସେସ ଆଣ୍ଡ ମିସ ଇଣ୍ଡିଆ ୨୦୨୨ ରେ ଟାଇଟଲ ହାସଲ କରିଛନ୍ତି ଓଡ଼ିଶାର ଝିଅ କ୍ରୀଷ୍ଣା । ପୁନେର ଆମ୍ବିଏନ୍ସ ଏକ୍ସଲେନ୍ସି ହୋଟେଲରେ ହୋଇଥିଲା ଏହି ଶୋ । ଏଥିରେ ମୋଟ ୨୦୦ ଜଣ ଅଂଶଗ୍ରହଣ କରିଥିବା ବେଳେ ୩୦ଜଣ ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିଲେ। ସେଥିରେ ଓଡିଶାରୁ ୫ଜଣ ପ୍ରତିଯୋଗୀ ଅନ୍ୟରାଜ୍ୟରୁ ୨୫ଜଣ ମୋଟ ୩୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଅନେକ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ.ଏ.ସି. ଅଧୀନ ପଞ୍ଚପଡ଼ା ଗ୍ରାମର ଝିଅ କ୍ରୀଷ୍ଣା ସାହୁ ବିଜୟ ହୋଇଥିଲେ । ଯାହା ସାରା ଓଡିଶା ପାଇଁ ଗର୍ବର ବିଷୟ ।

ତିନୋଟି କାଟାଗୋରୀରେ ହୋଇଥିବା ଏହି ସୁନ୍ଦରୀ ପ୍ରତିଯୋଗିତାରେ ନିଜର ପ୍ରତିଭାର ପାରଦର୍ଶିତା ଦେଖାଇଛନ୍ତି ଓଡ଼ିଶାର କ୍ରୀଷ୍ଣା ସାହୁ । ଆଉ ଉପସ୍ଥିତ ବିଚାରକଙ୍କ ହୃଦୟକୁ ଜିତି ବିଜୟୀ ହୋଇ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ ଆଣିଛନ୍ତି । ଭଦ୍ରକ ଜିଲ୍ଲା ସାବରଙ୍ଗ ଧର୍ମସରଣ ବିନ୍ଧା ଗ୍ରାମର ଅବସରପ୍ରାପ୍ତ ଆର୍ମୀ ସୁବେଦାର ମେଜର ଗଙ୍ଗାଧର ସାହୁ ଏବଂ ଅମିତା ସାହୁଙ୍କ ସାନଝିଅ ହେଲେ କ୍ରୀଷ୍ଣା ସାହୁ। ଏହା ସହ ଚାନ୍ଦବାଲିର ବିଶିଷ୍ଠ ସମାଜସେବୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ସ୍ଵର୍ଗତ ହରିହର ସାହୁଙ୍କ ନାତୁଣୀ । ଛୋଟ ବେଳୁ ନିଜ ଅଜା ଓ ଆଇଙ୍କ ନିକଟରେ ବଢିଛନ୍ତି କ୍ରୀଷ୍ଣା । ଅଜାଙ୍କ ଆଦର୍ଶ ସଂସ୍କାରକୁ ଅନୁକରଣ କରି ପାଠପଢା ସହିତ ନାଚ ଗୀତରେ ବେଶ ପାରଙ୍ଗମ ଥିଲେ କ୍ରୀଷ୍ଣା । ସେ ଜଣେ ସଫ୍ଟୱେୟର ଇଂଜିନିୟର ହୋଇଥିବାବେଳେ ଫ୍ୟାଶନ୍କୁ ନେଇ ତାଙ୍କର ବେଶ ରୁଚି ରହିଛି । ପୂର୍ବରୁ ୨୦୨୧ ରେ ସେ ଓଡିଶା ଜୀ ସାର୍ଥକଚାନେଲ ରେ ଅନୁଷ୍ଠିତ ରଜ କୁଇନ ରେ ଭାଗ ନେଇ ସାରା ଓଡିଶାରେ ପରିଚିତ ହୋଇଥିଲେ ।

ତେବେ କ୍ରୀଷ୍ଣା କୁହନ୍ତି ଯେ, ଚେଷ୍ଟା ହିଁ ସଫଳତାର ମୂଳ କାରଣ । ସଫଳତା ମିଳୁ କି ନମିଳୁ ଚେଷ୍ଟା କରିବା ଦରକାର । ହାର ହେଉ କି ଜିତ ସବୁବେଳେ ଆମେ ନୂଆ ଜିନିଷ ଶିଖିବା । ଚେଷ୍ଟା କରନ୍ତୁ ସଫଳତା ନିଶ୍ଚୟ ମିଳିବ । ସେହିପରି ତୃପ୍ତି ତୃପ୍ତିମୟୀ ବେହେରା କହିଛନ୍ତି ନିଜ ଅନ୍ତର୍ନିହିତ ପ୍ରତିଭାକୁ ଜାଣି ତାର ବିକାଶ କରିପାରିଲେ ସଫଳତାକୁ ଆମେ ସମସ୍ତେ ଛୁଇଁପାରିବା । ତେଣୁ ଆଜିର ସମୟରେ ଓଡ଼ିଆ ଝିଅଙ୍କୁ କେହି କମ ଭାବିବା କଥା ନୁହେଁ ଆମେ ସବୁ ସ୍ତରକୁ ଯାଇପାରିବୁ । ଆଉ ଆମ ରାଜ୍ୟ ପାଇଁ ଗୌରବ ଆଣିବୁ ।

ad-week
Leave A Reply

Your email address will not be published.