ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

add-all

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ସରିଫଙ୍କୁ କଡ଼ା ଜବାବ ଦେଲା ଭାରତ।  ଶନିବାର ୭୭ତମ ଜାତିସଂଘ ସାଧାରଣ ପରିଷଦ୍‌ ବୈଠକରେ ଉଠିଥିଲା  କଶ୍ମୀର ପ୍ରସଙ୍ଗ। ବୈଠକରେ ଶେହବାଜ୍‌ଙ୍କୁ କଡ଼ା ଜବାବ ଦେଇ ଭାରତୀୟ କୂଟନୀତିଜ୍ଞ ମିଜିତୋ ବିନିତୋ କହିଥିଲେ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜ ଦେଶର ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି। ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୁକ୍ତିଯୁକ୍ତ କହି ପାକିସ୍ତାନବାସୀଙ୍କୁ ଉସକାଉଛନ୍ତି। ଏହା ଦୁର୍ଭାଗ୍ୟଜନକ ଯେ, ଜାତିସଂଘ ସାଧାରଣ ପରିଷଦ୍‌ ଭଳି ମର୍ଯ୍ୟାଦାଜନକ ପ୍ଲାଟଫର୍ମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିଷୟରେ ଭୁଲ ତଥ୍ୟ ଦେଉଛନ୍ତି।

ଭାରତ ବିରୋଧୀ ମନ୍ତବ୍ୟ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜ ଦେଶର ଜନତାଙ୍କୁ ବିଭାନ୍ତି କରୁଛନ୍ତି। ଜାତିସଂଘ ସାଧାରଣ ପରିଷଦ୍ ବୈଠକରେ କଶ୍ମୀର ପ୍ରସଙ୍ଗରେ  ପାକିସ୍ତାନ ପ୍ରଧାନମନ୍ତ୍ରୀସ ଶେହବାଜ୍‌ ସରିଫ ଉଦ୍‌ବୋଧନ ଦେଇଥିଲେ। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରି  ଭୁଲ କରିଛନ୍ତି। ଜମ୍ମୁ କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ଭାରତ ସରକାର ଅନ୍ୟାୟ କରିଛନ୍ତି। ଉଦ୍‌ବୋଧନ ଦେବା ବେଳେ କଶ୍ମୀରେ ଶାନ୍ତି ଭଙ୍ଗ ଏବଂ ସେମାନଙ୍କ ସ୍ୱାଧୀନତା ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍‌ ୧୦ ଥର କଶ୍ମୀର ନାଁ ଉଲ୍ଲେଖ କରିଥିଲେ। ତେବେ ଜବାବରେ

ବିନିତୋ କହିଥିଲେ, ପଡ଼ୋଶୀ ଦେଶମାନଙ୍କ ସହିତ ଶାନ୍ତି ରକ୍ଷା କରିବେ ବୋଲି ଯେଉଁ ଦେଶ କହୁଛି, ସେ ଦେଶ କେବେ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଷଡ଼ଯନ୍ତ୍ରକାରୀଙ୍କୁ ଆଶ୍ରୟ ଦେଇ ନ ଥାଆନ୍ତା। ଆତଙ୍କବାଦ, ସଂଘର୍ଷ ଏବଂ ହିଂସାମୁକ୍ତ ପରିସ୍ଥିତିରେ ଭାରତ ପାକିସ୍ତାନ ସହିତ ସ୍ୱାଭାବିକ ପଡ଼ୋଶୀ ସମ୍ପର୍କ ରକ୍ଷା କରିବାକୁ ଚାହେଁ। ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଥିଲା, ଅଛି ଏବଂ ରହିବ ବୋଲି ବିନିତୋ କହିଥିଲେ।

ad-week
Leave A Reply

Your email address will not be published.