ରାଇରଙ୍ଗପୁର ସହରରେ ସେକ୍ସ ରାକେଟ ! ଚଢାଉ ବେଳେ ଉଦ୍ଧାର ହେଲେ ୨ ମହିଳା, ୩ ଯୁବକ ଗିରଫ

add-all

ରାଇରଙ୍ଗପୁର: ରାଜଧାନୀଠୁ ଆରମ୍ଭ କରି ପ୍ରାୟ ସବୁ ସହରରେ ଏବେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ହେଉଛି । ରାଇରଙ୍ଗପୁର ସହରରେ ମଧ୍ୟ ସକ୍ରିୟ ହେଉଛି ସେକ୍ସ ରାକେଟ ! ସହରର ବିଭିନ୍ନ ହୋଟେଲ ଲଜ୍ ଗୁଡିକରେ ସେକ୍ସ କାରବାର ଚାଲି ଆସୁଥିବା ବେଳେ ପାର୍ବଣ ଋତୁରେ ପୋଲିସକୁ ଚକମା ଦେବା ନେଇ ଦେହ ବ୍ୟବସାୟୀ ମାନେ ସାହି ଭିତରେ ଘର ଭଡା ନେଇ କାରବାର ଆରମ୍ଭ କରିଥିଲେ । ତେବେ ସାହି ପଡିଶାଙ୍କ ମାଧ୍ୟମରେ ପୋଲିସ ଖବର ପାଇ ଗତ ରବିବାର ରାତିରେ ରାଇରଙ୍ଗପୁର ଟାଉନ ଥାନା ପୋଲିସର ଏକ ଟିମ ଅରବିନ୍ଦ ଲେନରେ ଚଢ଼ାଉ କରିଥିଲା।

ଚଢ଼ାଉରେ ଅରବିନ୍ଦ ଲେନର ଏକ ଭଡା ଘରୁ ସେକ୍ସ ରାକେଟ ଚାଲିଥିବା ଘଟଣା ସାମନାକୁ ଆସିଥିଲା। ଚଢ଼ାଉ ବେଳେ ସେକ୍ସ ରାକେଟରେ ସମ୍ପୃକ୍ତ ଦୁଇ ଜଣ ମହିଳାଙ୍କୁ ପୋଲିସ ଉଦ୍ଧାର କରିବା ସହ ୩ ଜଣ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ପାର୍ବଣ ଋତୁରେ ହୋଟେଲ, ଲଜ ଗୁଡିକ ଉପରେ ପୋଲିସର କଡା ନଜର ରହିଥିବା ବେଳେ ଦେହ ବ୍ୟବସାୟୀମାନେ ପୋଲିସକୁ ଚକମା ଦେବା ନେଇ ଏଭଳି ଭଡା ଘରେ ସେକ୍ସ ରାକେଟ ଆରମ୍ଭ କରିଛନ୍ତି ।

ad-week
Leave A Reply

Your email address will not be published.