ମାଟିରେ ମିଶିଲା ସାନଛତା ମଠ

add-all

ପୁରୀ : ଶ୍ରୀମନ୍ଦିର ସେବା ସହ ଜଡ଼ିତ ‘ସାନଛତା ମଠ’କୁ ମାଟିରେ ମିଶାଇ ଦିଆଯାଇଛି। ରାତି ଅଧରେ ଜେସିବି ଲଗାଇ ଏହି ମଠକୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ମଠ ମହନ୍ତଙ୍କ ସହ ଭକ୍ତ ମହଲରେ ବି ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ମଠ ସହ ମହାପ୍ରଭୁଙ୍କ ଦୋଳବେଦିକୁ ଲାଗି ରହିଥିବା ଡାକ୍ତରଖାନାକୁ ମଧ୍ୟ ଭାଙ୍ଗି ଦିଆଯାଇଛି।

ଶ୍ରୀମନ୍ଦିର ପୂର୍ବ-ପଶ୍ଚିମ ଦ୍ବାର ଦୋଳବେଦି କୋଣକୁ ଲାଗି ରହିଥିଲା ଏହି ମଠ। ରାମାନନ୍ଦୀ ସମ୍ପ୍ରଦାୟର ଏହି ମଠ ଆରମ୍ଭରୁ ମହାପ୍ରଭୁଙ୍କ ଚାମର ଓ ଆଲଟ ସେବା କରି ଆସୁଥିଲା। ସାନଛତା ମଠ ହେଉଛି ଏକମାତ୍ର ମଠ, ଯିଏ ଦୈନିକ ଠାକୁରଙ୍କୁ ଖେଚୁଡ଼ି ଓ ଦହି ପଖାଳ ଭୋଗ କରି ପ୍ରସାଦ ଆକାରରେ ଭକ୍ତ, ଦୁଃଖୀ ରଙ୍କିଙ୍କୁ ବାଣ୍ଟିଥାନ୍ତି। ପ୍ରତିବର୍ଷ ରଥଯାତ୍ରା ସହ ଅନ୍ୟ ଦିନରେ ଅଯୋଧ୍ୟା, ବୃନ୍ଦାବନ, କାଶୀ, ପ୍ରୟାଗ, ଚିତ୍ରକୋଟ, ବଦ୍ରିନାଥ, କେଦାରନାଥ, ହରିଦ୍ବାର, ଋଷିକେଶ, ବିହାର, ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶରୁ ଶତାଧିକ ସାଧୁସନ୍ଥ ଏହି ମଠରେ ଅବସ୍ଥାନ୍ତ କରିଥାନ୍ତି। ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ ଯେଯେଉଁ ମଠ ଭଙ୍ଗା ଯାଉଛି, ତାର ସମ୍ପୂର୍ଣ୍ଣ ଅସ୍ତିତ୍ବ ଲୋପ କରି ଦିଆଯିବନି। ମଠର ମୁଖ୍ୟ ମନ୍ଦିର, ମୂଳ ପୀଠ ସମ୍ପୂର୍ଣ୍ଣ ଅକ୍ଷତ ରହିବ। ଉଚ୍ଛେଦ ପରେ ମଠର ସୌନ୍ଦର୍ଯ୍ୟୀକରଣ କରାଯିବ। ମଠର ମନ୍ଦିର ଓ ମୂଳ ପୀଠ, ତଥା ଘରକୁ ନୂଆ ରୂପ ଦିଆଯିବ। ସମ୍ପୂର୍ଣ୍ଣ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଏହି ନିର୍ମାଣ କାର୍ଯ୍ୟ ହେବ। କିନ୍ତ ମଠ ଉଚ୍ଛେଦ ଶେଷ ହେବାର ଦୁଇବର୍ଷ ପରେ ସିଂହଦ୍ବାରରେ ଶ୍ରୀମନ୍ଦିର ଜୋତାଷ୍ଟାଣ୍ଡ୍‌କୁ ଲାଗି ରହିଥିବା ଏହି ମଠକୁ ବିଳମ୍ବିତ ରାତିରେ ଭାଙ୍ଗି ମାଟିରେ ମିଶାଇ ଦିଆଯିବା ପଛରେ କ’ଣ ରହସ୍ୟ ରହିଛି ବୋଲି ଗବେଷକମାନେ ପ୍ରଶ୍ନ କରିଛନ୍ତି।

ad-week
Leave A Reply

Your email address will not be published.