ଆମ ପୁଅମାନଙ୍କ ବଳିଦାନ ବ୍ୟର୍ଥ ଯାଇନାହିଁ : ମୃତ ଆରଏସଏସ୍ କର୍ମୀଙ୍କ ପରିବାର

add-all

ବେଙ୍ଗାଲୁରୁ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ କେନ୍ଦ୍ର ସରକାର ୫ବର୍ଷ ପାଇଁ ନିଷିଦ୍ଧ ଘୋଷଣା କରିବା ପରେ କର୍ଣ୍ଣାଟକରେ ହତ୍ୟାର ଶିକାର ହୋଇଥିବା ଆରଏସଏସ୍ କର୍ମୀଙ୍କ ପରିବାର ଲୋକ ଆନନ୍ଦ ପ୍ରକାଶ କରିବା ସହ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି । ସେମାନେ କହିଛନ୍ତି ଯେ, “ସେମାନଙ୍କ ପୁଅମାନଙ୍କ ବଳିଦାନ ବ୍ୟର୍ଥ ଯାଇନାହିଁ ।“
ଜୁଲାଇ ୨୬ରେ ଦକ୍ଷିଣ କନ୍ନଡା ଜିଲ୍ଲାରେ ହୋଇଥିବା ଆରଏସଏସ କର୍ମୀ ପ୍ରବୀଣ ନେଟାରୁଙ୍କ ହତ୍ୟା ପଛରେ ପିଏଫଆଇର ହାତ ଥିବା ଜଣାପଡ଼ିଥିଲା। ପ୍ରବୀଣଙ୍କ ପିତା ଶେଖର ପୂଜାରୀ କହିଛନ୍ତି ଯେ ସରକାରଙ୍କ ଏହି ପଦକ୍ଷେପକୁ ସେ ସ୍ବାଗତ କରୁଛନ୍ତି । ନ୍ୟାୟ ପାଇବାର ଏହା ଏକ ସୋପାନ । କିନ୍ତୁ ତାଙ୍କର ପୁଅର ହତ୍ୟାକାରୀମାନଙ୍କୁ କେବେ ଦଣ୍ଡ ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ୫ ବର୍ଷ ତଳେ ହତ୍ୟାର ଶିକାର ହୋଇଥିବା ଆରଏସଏସ କର୍ମୀ ଶରତ୍ ମାଡ଼ିଓ୍ବାଲାଙ୍କ ପିତା ତାନିୟାପ୍ପା ମାଡ଼ିଓ୍ବାଲା କହିଛନ୍ତି ଯେ ପିଏଫଆଇକୁ ନିଷିଦ୍ଧ କରାଯିବା ଏକ ଭଲ ପଦକ୍ଷେପ । ମୃତ ଆରଏସଏସ କର୍ମୀମାନଙ୍କୁ ଏହା ଦ୍ବାରା ନ୍ୟାୟ ମିଳିବ । ପିଏଫଆଇକୁ ସରକାର ନିଷିଦ୍ଧ କରିବା ଅର୍ଥ ହେଉଛି ସରକାର ଏ ପ୍ରସଙ୍ଗକୁ ଗୁରୁତ୍ବ ଦେଉଛନ୍ତି । ଏଥିରୁ ଜଣାପଡ଼ୁଛି ଯେ ମୋ ପୁଅର ବଳିଦାନ ବ୍ୟର୍ଥ ଯାଇନାହିଁ । ଖୁବଶୀଘ୍ର ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.