ଇଡ଼କୋ ସହକାରୀ ପରିଚାଳକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଇଡ଼କୋ ସହକାରୀ ପରିଚାଳକ ମନୋଜ କୁମାର ଲେଙ୍କାଙ୍କ ଘରେ ଚଢ଼ାଉ କରିଛି। ଭିଜିଲାନ୍ସ ଏକ ସଂଗେ ୭ଟି ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ମିଳିଛି। ହିଁ ଚଢ଼ାଉର ୨ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୨ ଜଣ ସବ-ଇନ୍ସପେକ୍ଟର ଓ ୫ ଜଣ ଏଏସଆଇ ସାମିଲ ହୋଇଛନ୍ତି। ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ୱାରେଣ୍ଟ ବଳରେ ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡା ସମେତ ସାତଟି ସ୍ଥାନରେ ଏକ ସଂଗେ ଚଢ଼ାଉ ଜାରି ରହିଛି।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱର କୋରଡ଼କଣ୍ଟାରେ ଏକ ୩ ମହଲା କୋଠା, ପୁରୀରେ ଗ୍ରାଣ୍ଡ ଆସିଆନ ଆପାର୍ଟମେଣ୍ଟର ପଞ୍ଚମ ମହଲରେ ଏକ ଫ୍ଲାଟ, ପଟାମୁଣ୍ଡାଇ କେଶପୁରରେ ପୈତୃକ ଘର ଓ ବେଲତଳାରେ ୩ ମହଲା କୋଠା, ଭୁବନେଶ୍ୱର ରୁପାଲୀ ଛକ ସ୍ଥିତ ଇଡ଼କୋ କାର୍ଯ୍ୟାଳୟ, ଝାରପଡା ନୀଳାଦ୍ରି ନଗରରେ ଏକ ଘର ଏବଂ ଉତ୍ତରା ଛକଠାରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ଚଢ଼ାଉ ଚାଲିଛି।

ad-week
Leave A Reply

Your email address will not be published.