ମମିତା ହତ୍ୟାକାଣ୍ଡ; ସାକ୍ଷ୍ୟ ଗ୍ରହଣ ଆରମ୍ଭ

add-all

ବଲାଙ୍ଗିର : କଳାହାଣ୍ଡି ଜିଲା କେଗାଁ ଥାନା ଅଧୀନସ୍ଥ ମହାଲିଙ୍ଗ ସନ୍‍ ସାଇନ୍‍ ପବ୍ଲିକ୍‍ ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ସାକ୍ଷ୍ୟ ଗ୍ରହଣ ଗୁରୁବାର ଦିନଠାରୁ ଆରମ୍ଭ । କଣ୍ଟାବାଞ୍ଜି ଅତିରିକ୍ତ ଜିଲା ଦୌରାଜଜ୍‍ କୋର୍ଟରେ ମମିତାଙ୍କ ବାପା, ମା’ ଓ ଅନ୍ୟ ୭ ଜଣ ସାକ୍ଷ୍ୟ ଦେବେ। ସେଥିପାଇଁ ସେମାନଙ୍କୁ କୋର୍ଟ ତରଫରୁ ଲିଖିତ ସୂଚନା ଦିଆଯାଇଛି। ୨୯ ଓ ୩୦ ତାରିଖରେ ସାକ୍ଷ୍ୟ ଗ୍ରହଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡର ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ଏହାକୁ ନେଇ ବେଶ ଉଷ୍ମତା ପ୍ରକାଶ ପାଇଛି। ସୂଚନା ଯୋଗ୍ୟ ଯେ ତୁରେକେଲା ଥାନା ସିହିନି ଗାଁର ମମିତାଙ୍କୁ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁ ହତ୍ୟା କରି ଶବକୁ ପୋଡ଼ି ପୋତି ଦେଇଥିଲା। ଗୋବିନ୍ଦର ଗାଡ଼ି ଚାଳକ ରାଧେଶ୍ୟାମ ଚଣ୍ଡି ଏହି ଜଘନ୍ୟ ହତ୍ୟାକାଣ୍ଡରେ ସହଯୋଗ କରିଥିବାରୁ ଦୁହିଙ୍କୁ କଣ୍ଟାବାଞ୍ଜି ଉପକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରଖାଯାଇଛି।

ad-week
Leave A Reply

Your email address will not be published.