ସୁରତରେ ୩,୪୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରି ଗୁଜରାଟର ‘ଡବଲ୍‌ ଇଞ୍ଜିନ୍‌’ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

add-all

ସୁରତ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରତରେ ୩,୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରି ଗୁଜରାଟର ‘ଡବଲ୍‌ ଇଞ୍ଜିନ୍‌’ ସରକାରଙ୍କୁ ପ୍ରଶଂସା କରିଛନ୍ତି।
ଦୁଇ ଦିନିଆ ଗସ୍ତରେ ଯାଇଥିବା ପ୍ରଧାମନ୍ତ୍ରୀ ମୋଦୀ ଗୁଜରାଟରେ ପ୍ରଥମ କରି ‌ଆୟୋଜନ କରାଯାଇଥିବା ୩୬ତମ ଜାତୀୟ କ୍ରୀଡ଼ା ଉଦ୍‌ଘାଟନ କରିବେ।
ଆଜି ସୁରତରେ ପହଞ୍ଚିବା ବେଳେ ଅସଂଖ୍ୟ ଜନତା ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆୟୋଜିତ ରାଲିରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାମନ୍ତ୍ରୀ ମୋଦୀ କହିଲେ, ଗୁଜରାଟରେ ‘ଡବଲ୍‌ ଇଞ୍ଜିନ୍‌’ ସରକାର ଗଠନ କରାଯିବା ପରେ ଘର ତିଆରି ମଧ୍ୟ ଦ୍ରୁତ ବେଗରେ ବୃଦ୍ଧି ପାଇଛି। ସୁରତରେ ଥିବା ଗରିବ ଓ ମଧ୍ୟବିତ୍ତ ଶ୍ରେଣୀଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ‘ଆୟୁଷ୍ମାନ୍‌ ଭାରତ’ ଯୋଜନାରେ ଏଯାବତ୍‌ ଦେଶରେ ପ୍ରାୟ ୪ କୋଟି ଗରିବ ରୋଗୀ ମାଗଣା ଚିକିତ୍ସିତ ‌ହୋଇଛନ୍ତି। ସେଥିରୁ ଗୁଜରାଟରେ ୩୨ ଲକ୍ଷ ହୋଇଥିବା ବେଳେ ୧.୨୫ ଲକ୍ଷ ହେଉଛନ୍ତି ସୁର‌ତର।
ନବରାତ୍ରୀ ଚାଲିଥିବା ବେଳେ ଗୁଜରାଟରେ ଭିତ୍ତିଭୂମି, କ୍ରୀଡ଼ା ଏବଂ ଅଧ୍ୟାତ୍ମିକ ସ୍ଥଳୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସୁଯୋଗ ପାଇଛି। ସୁରତ ହେଉଛି ‘ଜନ ଭାଗିଦାରି’ ଓ ଏକତାର ବଡ଼ ଉଦାହରଣ। ସମଗ୍ର ଭାରତରୁ ଆସିଥିବା ଲୋକେ ସୁରତରେ ବାସ କରନ୍ତି। ସୁରତ ‘କ୍ଷୁଦ୍ର-ଭାରତ’।
ଗୁରୁବାର ଓ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀଙ୍କର ଅହମଦାବାଦ, ଗାନ୍ଧୀନଗର, ସୁରତ, ଭବନଗର ଏବଂ ଅମ୍ବାଜି ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବେ ଅଥବା କେତେକ ପ୍ରକଳ୍ପ ଉଦ୍‌ଘାଟନ କରିବେ।

ad-week
Leave A Reply

Your email address will not be published.