ବିଜେଡି ଛାଡି ପଦ୍ମ ଧରିଲେ ତେଜେଶ୍ୱର ପରିଡ଼ା

add-all

ଭୁବନେଶ୍ୱର: ସକାଳେ ବିଜେଡି ଛାଡିଲେ, ଅପରାହ୍ଣରେ ପଦ୍ମ ଧରିଲେ। ପୂର୍ବତନ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା ବିଜେଡି ଛାଡିବା ପରେ ବିଜେପିରେ ଯୋଗ ଦେଇଛନ୍ତି। ଆଜି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଏହା ପୂର୍ବରୁ ଶୁକ୍ରବାର ସକାଳେ ବିଜେଡିରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ। ବିଜେଡି ସୁପ୍ରିମୋଙ୍କୁ ଇ-ମେଲ ଜରିଆରେ ଇସ୍ତଫା ପତ୍ର ପଠାଇଥିବା ଟ୍ୱିଟ କରି ସୂଚନା ଦେଇଥିଲେ। ଏହାପରେ ବିଜେପିରେ ସେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା।

ad-week
Leave A Reply

Your email address will not be published.