ମହିଳା ରଗ୍‌ବୀରେ ଓଡ଼ିଶାକୁ ପ୍ରଥମ ସ୍ବର୍ଣ୍ଣ

add-all

କଟକ  : ଗୁଜୁରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡାରେ ଓଡ଼ିଶା ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ମହିଳା ରଗ୍‌ବୀ ଦଳ। ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଓଡ଼ିଶା ମହିଳା ରଗ୍‌ବୀ ଦଳ ୨୨-୦ରେ ମହାରାଷ୍ଟ୍ରକୁ ପରାସ୍ତ କରି ଚମ୍ପିଆନ ହୋଇଛି। ଫାଇନାଲରେ ହୁପି ମାଝି, ମଞ୍ଜୁ, ସଂଯୁକ୍ତା, ନିମାଲ୍ୟା ପ୍ରତ୍ୟେକ ୫ ପଏଣ୍ଟ ଲେଖାଏଁ ସ୍କୋର ଓ ପାର୍ବତୀ ହଁାସଦା ୨ ପଏଣ୍ଟ ସ୍କୋର କରିିଥିଲେ।ପୂର୍ବରୁ ଓଡ଼ିଶା କ୍ବାର୍ଟର ଫାଇନାଲରେ ୭୪-୦ରେ ଗୁଜୁରାଟକୁ ଓ ସେମିଫାଇନାଲରେ ଓଡ଼ିଶା ୧୨-୧୦ ପଏଣ୍ଟରେ ବିହାରକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ଓଡ଼ିଶା ରଗ୍‌ବୀ ଦଳ ପକ୍ଷରୁ ଭାଗ୍ୟଲକ୍ଷ୍ମୀ ବାରିକ, ରଜନୀ ସାବରା, ମଞ୍ଜୁଲତା ପ୍ରଧାନ,ହୁପି ମାଝି, ତିଳୋତ୍ତମା ସାହୁ, ପାର୍ବତୀ କିସ୍‌କୁ, ଡୁମୁନି ମାରାଣ୍ଡି, ସଞ୍ଜୁକ୍ତା ମୁଣ୍ଡା, ଶୁଭଲକ୍ଷ୍ମୀ ବାରିକ, ପାର୍ବତୀ ହଁାସଦା,ତାରୁଲତା ନାୟକ, ନିର୍ମାଲ୍ୟ ରାଉତ ରହିଥିବାବେଳେ ମାନସ କୁମାର ଜେନା ପ୍ରଶିକ୍ଷକ, ଉପେନ୍ଦ୍ର କୁମାର ମହାନ୍ତି ମ୍ୟାନେଜର ଓ ସୌମ୍ୟଶ୍ରୀ ମିଶ୍ର ଫିଜିଓ ଦାୟିତ୍ବ ତୁଲାଇଥିଲେ।

ad-week
Leave A Reply

Your email address will not be published.