କେନ୍ଦ୍ର କୋଇଲା ସଚିବଙ୍କ ଏନ୍ଏଲସି କୋଇଲା ଖଣି ପରିଦର୍ଶନ

add-all

ରେଙ୍ଗାଲି : କେନ୍ଦ୍ର ସରକାରଙ୍କ କୋଇଲା ସଚିବ ଅନୀଲ କୁମାର ଜୈନ ଶୁକ୍ରବାର ସମ୍ବଲପୁର ଜିଲ୍ଲାର ଖିଣ୍ଡା ପଞ୍ଚାୟତରେ ଥିବା ତଲାବିରା-୨ ଏବଂ ୩  କୋଇଲା ଖଣି  ପରିଦର୍ଶନ କରିଥିବାର ଜଣା ପଡିଛି। ଏହି ଅବସରରେ ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ ଓ ସମିତି ସଭ୍ୟା ଅନୀତା ସିଂ କୋଇଲା ସଚିବ ଶ୍ରୀ ଜୈନଙ୍କୁ ସାକ୍ଷାତ କରି କୋଇଲା ଖଣି ଯୋଗୁଁ ବିସ୍ଥାପିତ, କ୍ଷତିଗ୍ରସ୍ତ, ଜମିହରା ପରିବାରର  ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ

ବିସ୍ଥାପନ ନୀତି ଠିକ୍ ଭାବରେ କାର୍ଯ୍ୟକାରୀ କରିବା, ଖଣିରେ ଅଧିଗ୍ରହଣ  ହୋଇଥିବା ଜମିର  କ୍ଷତିପୂରଣ ମୂଲ୍ୟ କିସମ ଭିତ୍ତିରେ  ଭିନ୍ନ ଭିନ୍ନ ମୂଲ୍ୟ  ନିର୍ଦ୍ଧାରଣ  ନକରି  ଗୋଟିଏ ମୂଲ୍ୟ  ଧାର୍ଯ୍ୟ କରାଯିବା। ଉତ୍ପାଦନ ଆଧାରରେ ଇନସେନଟିଭ୍ ପ୍ରଦାନ। ସମସ୍ତ ବିସ୍ଥାପିତଙ୍କୁ ତୁରନ୍ତ  ଏନ.ୟୁ.ଟି  ଦେବା । ସିଏସଆର୍ ପାଣ୍ଠିର  ୮୦ % ପ୍ରତିଶତ ଅର୍ଥ ଖିଣ୍ଡା  ଗ୍ରାମ ପଞ୍ଚାୟତରେ ଖର୍ଚ୍ଚ କରାଯିବା ପାଇଁ ଦାବି କରାଯାଇଥିଲା।

ଏସବୁ ଦାବିଗୁଡିକୁ ପୂରଣ କରିବା ଦିଗରେ ଶୀଘ୍ର ପଦକ୍ଷେପ ନେବାକୂ  କୋଇଲା ସଚିବ ଶ୍ରୀ ଜୈନ ଏନଏଲସିର ସିଜିଏମ୍  ଏବଂ ନିର୍ବାହୀ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଲୋଚନା ସମୟରେ ଗ୍ରାମବାସୀଙ୍କ ତରଫରୁ, ବାବୁଲୁ ରାଉତ, ଲାଲ୍ ବୀରେନ୍ଦ୍ର ସାଏ, ରୁଦ୍ର ପ୍ରଧାନ, ରୋହିତ ରାଉତ, ଦୁର୍ଗା ଭୋଇ, ସୁବ୍ରତ ବୁଧିଆ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.