ନକଲି ଟେଲମା ଔଷଧ ବ୍ୟବସାୟ ମାମଲା: ଅଭିଯୁକ୍ତ ରାହୁଲ କ୍ୟାଲ୍‌ର ଜାମିନ ଆବେଦନ ଖାରଜ

କଟକ: କଟକ ସହରରେ ନକଲି ଟେଲମା ଔଷଧ ବ୍ୟବସାୟ ମାମଲାରେ ଅଭିଯୁକ୍ତ ରାହୁଲ କ୍ୟାଲ୍‌ର ଜାମିନ ଆବେଦନ ଖାରଜ ହୋଇଛି। କଟକ ଅତିରିକ୍ତ ଦୌରା ଜଜ ତଥ‌ା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ରାହୁଲର ନିୟମିତ ଜାମିନ ଆବେଦନକୁ ଖାରଜ କରିଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ନନ୍ଦନନ୍ଦନ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ନକଲି ଔଷଧ କାରବାର ଅଭିଯୋଗକୁ ନେଇ ପୁରୀଘାଟ ଥାନାରେ ଭିଆର ଡ୍ରଗ୍‌ ଏଜେନ୍ସିର ମାଲିକ ବର୍ଷାରାଣୀ କ୍ୟାଲ୍ ଓ ତାଙ୍କ ପୁଅ ରାହୁଲ କୁମାର କ୍ୟାଲ୍‌, ପୂଜା ଏଣ୍ଟରପ୍ରାଇଜେସ୍‌ର ମାଲିକ ସଞ୍ଜୟ ଜଲାନ୍‌ ଓ ତାଙ୍କ ପତ୍ନୀ ଚଞ୍ଚଲ ଜଲାନ୍‌ଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ରାହୁଲ କ୍ୟାଲ ଓ ସଞ୍ଜୟ କୁମାର ଜଲାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ad-week
Leave A Reply

Your email address will not be published.