ପୂଜା ମଣ୍ଡପରୁ ଚୋରିକଲା ବେଳେ ଧରାପଡ଼ିଲେ ବ୍ଲେଡ୍‌ ଗ୍ୟାଙ୍ଗ

add-all

ଭୁବନେଶ୍ୱର ୦୩/୧୦:  ରାଜଧାନୀରୁ ଧରାପଡିଲେ ବ୍ଲେଡ୍ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗ ରାଜଧାନୀର ବିଭିନ୍ନ ଦୁର୍ଗାପୂଜା  ମଣ୍ଡପରୁ ଚୋରି କରୁଥିଲେ। ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଚୋରିକଲା ବେଳେ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ପୋଲିସ କାବୁ କରିଛି। ସେମାନଙ୍କ ପାଖରୁ ବ୍ଲେଡ୍ ଜବତ ହୋଇଛି। ଏହି ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୨ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଦୁଇଜଣ ବିହାର୍‌ର ବାସିନ୍ଦା ବୋଲି ଜଣାପଡ଼ିଛି।  

ଏହି ଅଭିଯୁକ୍ତମାନେ ଗହଳିରେ ବୟସ୍କ ବ୍ୟକ୍ତି, ମହିଳା ଏବଂ ଯୁବତୀଙ୍କୁ ଟାର୍ଗେଟ କରି ସୋମନଙ୍କ ଠାରୁ ଚୋରି କରୁଥିଲେ ବୋଲି ନୟାପଲ୍ଲୀ ଥାନା ପୋଲିସ ସୂଚନା କହିଛି। ଖବର ଅନୁସାରେ ପାର୍ବଣ ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ପୂଜା ମଣ୍ଡପରେ ଲୋକଙ୍କ ଭିଡ଼ ଜମୁଛି। ଲୋକମାନେ ମଣ୍ଡପରୁ ମଣ୍ଡପକୁ ବୁଲି ମାଙ୍କୁ ଦର୍ଶନ କରୁଛନ୍ତି। ତେବେ ଏହି ଗହଳିର ସୁଯୋଗ ନେଇ ଏହି ଲୁଟେରା ଗ୍ୟାଙ୍ଗ ଚୋରି କରି ତାର ଫାଇଦା ଉଠାଉଛନ୍ତି।

ad-week
Leave A Reply

Your email address will not be published.