୩ ବର୍ଷର ପୁଅକୁ ପ୍ରେମିକ ସହ ମିଶି ମାରିଦେଲା ମା’

add-all

ପଟ୍ଟାମୁଣ୍ଡାଇ:  ପ୍ରେମ ପାଇଁ ପାଗଳି ୩ଟି ଛଆର ମା’।  ନିଜ ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକ ସହ ମିଶି ନିଜ ରାସ୍ତାର କଣ୍ଟା ସାଜିଥିବା ୩ ବର୍ଷର ପୁଅକୁ  ମରିଦେଲା ମା’।  ଏଭଳି ସ୍ପର୍ଶକାତର ଘଟଣା ହେଉଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ମାଟିଆପଡା ଗାଁରେ । ଦୁହିଡିପୁର ଗାଁର ସସ୍ମିତା ନାଥ ମାଟିଆ ପଡା ଗାଁର ସୁକାନ୍ତ ନାଥକୁ ବିବାହ କରିଥିଲେ । ସସ୍ମିତାଙ୍କ ତିନଟି ପିଲା ଥିବା ବେଳେ ସସ୍ମିତାଙ୍କ ସ୍ୱାମୀ ସୁକାନ୍ତ ବେଙ୍ଗାଲୁରୁରେ କାମ କରନ୍ତି । ତେବେ ସ୍ୱାମୀଙ୍କ ଅନୁପସ୍ଥିତରେ ସସ୍ମିତା ଗୁପ୍ତିରା ଗାଁର ଲଷ୍ମୀଧର ବାଇକୁ ପ୍ରେମ କରିବସିଥିଲେ । ଦୀର୍ଘ ଦିନ ଧରି ସସ୍ମିତା ଓ ଲଷ୍ମୀଧରଙ୍କ ସହ ନିବିଡ଼ ସମ୍ପର୍କ ଗଢି ଉଠିଥିଲା । ତେବେ ଦୁହିଁଙ୍କ ନିଷ୍ପତ୍ତି କ୍ରମେ ଦୁହେଁ ଘର ଓ ପରିବାର ଛାଡି ବିବାହ କରି ଅନ୍ୟତ୍ର ରହିବେ ବୋଲି ନିଷ୍ପତି ନେଇଥିଲେ ।

ସସ୍ମିତାଙ୍କ ବଡ଼ ପୁଅ ଓ ଝିଅକୁ ମାମୁଁ ଘରେ ଛାଡି ନିଜ ପ୍ରେମିକ ସହ ଘର ବସାଇବା ପାଇଁ ମନସ୍ତ କରିଥିଲେ। କିନ୍ତୁ ସସ୍ମିତାଙ୍କ ପ୍ରେମରେ କଣ୍ଟା ହେଉଥିଲା ୩ ବର୍ଷର ସାନ ପୁଅ  ।ତେଣୁ ସାନ ପୁଅକୁ ନେଇ ବିଭିନ୍ନ ସମୟରେ ଦୁହିଁଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଶେଷରେ ସାନ ପୁଅକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ଆଉ କୋମଳ ନିରୀହ ନିଷ୍ପାପ ଶିଶୁକୁ ଘରେ କଚାଡ଼ି କଚାଡ଼ି ମାରିଦେଇଥିଲେ।  ନାଟକୀୟ ଢଙ୍ଗରେ ପୁଅ ଛାତ ଉପରୁ ପଡି ଯାଇଥିବା କହି ମେଡିକାଲ ଆଣିଥିଲେ ଉଭୟ ପ୍ରେମୀଯୁଗୁଳ।  ଆଉ ଡାକ୍ତର ମୃତ ଘୋଷଣା କରିବା ପରେ କାହାକୁ କିଛି ନଜଣାଇ ଶିଶୁ ପୁତ୍ରକୁ ପୋତି ଦେଇଥିଲେ । ଏସବୁ ଘଟଣା କିନ୍ତୁ ଦେଖିଥିଲେ ସସ୍ମିତାଙ୍କ ଅନ୍ୟ ଦୁଇ ସନ୍ତାନ। ତେବେ ଗତକାଲି ଲଷ୍ମୀଧର ସସ୍ମିତାଙ୍କ ବାପ ଘରକୁ ଯାଇଥିବା ସମୟରେ ସସ୍ମିତାଙ୍କ ପୁଅ ଝିଅ ଅଭିଯୁକ୍ତ ଲଷ୍ମୀଧରକୁ ଚିହ୍ନି ଦେଇଥିଲେ।  ଆଉ ଅଭିଯୁକ୍ତ ଲକ୍ଷ୍ମୀଧର ହିଁ ସାନଭାଇକୁ ମାରିଦେଇଛି ବୋଲି ମାମୁଁ ଘର ଲୋକଙ୍କୁ ଜଣାଇଥିଲେ।   । ପରେ ମାମୁଁ ଘରର ଲୋକେ ଓ ଗ୍ରାମବାସୀ ଲଷ୍ମୀଧରକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ।

 ଅଭିଯୋଗ ପାଇବା ପରେ ପୋଲିସ  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ସତ୍ୟାସତ୍ୟ  ସାମ୍ନାକୁ ଆସିଥିଲା । ତେବେ ଆଜି ପଟ୍ଟାମୁଣ୍ଡାଇ ପୋଲିସ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ନିଜ ଅଭିଯୁକ୍ତଙ୍କ ବୟାନ  ରେକର୍ଡ କରାଯାଇଥିଲା । ତେବେ ପୋଲିସ ସାଇଣ୍ଟ ଫିକ ଟିମ ମାଜିଷ୍ଟ୍ରେଟଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଶିଶୁ ପୁତ୍ରର ଶବ ଉଦ୍ଧାର କରିବା ସହିତ ସହିତ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.