ଖଣି ଦୁର୍ନୀତି: ହେମନ୍ତ ସୋରେନଙ୍କ ପାସବୁକ୍ ଓ ଚେକବୁକ୍‌ ଜବତ

add-all

ରାଞ୍ଚି: କିଛି ଦିନର ନିରବତା ପରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଥରେ ଘାଣ୍ଟିଛି ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି)। ଇଡି ହେମନ୍ତଙ୍କ ପାସବୁକ୍‌, ଚେକବୁକ୍‌, ଦୁଇଟି ଦସ୍ତଖତ ଚେକ୍‌କୁ ଜବତ କରିଛି। ହେମନ୍ତଙ୍କ ଘନିଷ୍ଟ ସହଯୋଗୀ ପଙ୍କଜ ମିଶ୍ରାଙ୍କକ ଘରୁ ଏସବୁ ଜବତ କରିଛି। ଏଥିସହ ଇଡି ପଙ୍କଜ ମିଶ୍ରାଙ୍କ ନାମରେ ଚାର୍ଜସିଟ୍‌ ଫାଇଲ କରିଛି। ଗୋଟିଏ ସିଲ ଲଫାପାରେ ଥିବା ଦୁଇଟି ଚେକବୁକ୍‌ (ଯାହାର ନମ୍ବର ହେଉଛି ୦୦୦୪୭୮ ଏବଂ ୦୦୪୭୧୯) ଜବତ କରାଯାଇଛି।   ଏଥିଯସହ ୩ଟି ବ୍ଲାଙ୍କ ଚେକ୍ ମଧ୍ୟ ଜବତ କରାଯାଇଛି। ସେହିପରି ଇଡି ହେମନ୍ତ ସୋରେନ ଓ ତାଙ୍କ ପରିବାରର ସଦସ୍ୟଙ୍କ ବିଭିନ୍ନ ଦସ୍ତାବିଜ୍ ସହ ବ୍ୟାଙ୍କ କାଗଜପତ୍ର ସଂଗ୍ରହ କରିଛି।

ଇଡି ଦାଖଲ କରିଥିବା ଚାର୍ଜସିଟ୍‌ରେ ହେମନ୍ତଙ୍କ ଖାସ ଅନୁଗତ ପଙ୍କଜ ମିଶ୍ରାଙ୍କ ନାଁ ରହିଛି। ପଙ୍କଜ ହେମନ୍ତ ସୋରେନଙ୍କ ଇସାରାରେ କୋଟି ଟଙ୍କା  କାରବାର କରିଥିବା ଇଡି କହିଛି।  ପୂର୍ବରୁ ପଙ୍କଜ ମିଶ୍ରାଙ୍କୁ ଗିରଫ କରିଛି ଡି । ସେହିପରି ସର୍ଚ୍ଚ ଅପରେଶନ ବେଳେ ଇଡି ପଙ୍କଜଙ୍କ ଘରୁ କୋଟିଏ ଟଙ୍କାରୁ ଊର୍ଦ୍ଧ ଟଙ୍କା ଜବତ କରିଥିଲା।   ପଙ୍କଜଙ୍କ ବ୍ୟତିରେକେ, ବେଆଇନ ଖଣି ଖୋଦନ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଝାଡ଼ଖଣ୍ଡ, ବିହାର, ତାମିଲନାଡୁ ଏବଂ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଆଉ ୧୬ଟି ସ୍ଥାନରେ ଚଢ଼ାଉ କରଥିଲା ଇଡି।

ad-week
Leave A Reply

Your email address will not be published.