ଖେଳ ମଝିରେ ପରସ୍ପର ଉପରେ ହାତ ଉଠାଉଠି ହେଲେ ୟୁସିଫ ପଠାନ ଏବଂ ମିଶେଲ ଜନସନ

add-all

ଲିଜେଣ୍ଡସ ଲିଗର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ ଇଣ୍ଡିଆ କ୍ୟାପିଟାଲ୍ସ ଏବଂ ଭିଲବାଡା କିଙ୍ଗସ ମଧ୍ୟରେ ଯୋଧପୁରରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଇଣ୍ଡିଆ କ୍ୟାପିଟାଲ୍ସ ୪ ଓ୍ଵିକେଟରେ ଜିତି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଏହି ମ୍ୟାଚରେ ଏମିତି କିଛି ଘଟିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଥିଲା। ଏହି ମ୍ୟାଚରେ ଭିଲବାଡା କିଙ୍ଗସର ୟୁସିଫ ପଠାନ ଇଣ୍ଡିଆ କ୍ୟାପିଟାଲ୍ସର ଦ୍ରୁତ ବୋଲର ମିଶେଲ ଜନସନଙ୍କ ସହିତ ଝଗଡା କରୁଥିବା ଦେଖିବାକୁ ମିଳିଥିଲେ। ଝଗଡା ଏତେ ଅଧିକ ଥିଲା ଯେ, ଦୁହେଁ ପରସ୍ପର ଉପରେ ହାତ ଉଠାଇବାକୁ ପଛାଇ ନଥିଲେ।

ଭାଇରଲ ଭିଡିଓରେ ପ୍ରଥମେ ୟୁସିଫ ପଠାନ ଏବଂ ମିଶେଲ ଜନସନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। କିଛି ସେକେଣ୍ଡ ପରେ ଦୁହେଁ ପରସ୍ପର ପାଖାକୁ ଆସିଥିଲେ। ତା’ ପରେ ଜନସନ ପଠାନଙ୍କୁ ଧକ୍କା ଦେଇଥିଲେ। ଧକ୍କା ଦେବା ପରେ ଜନସନ ହସି ସେଠାରୁ ଚାଲିଯାଇଥିଲେ। କିନ୍ତୁ ଏହିସମୟରେ ଟିମର ଅନ୍ୟ ଖେଳାଳି ଏବଂ ଅମ୍ପାୟର ଦୁହିଁଙ୍କୁ ରୋକିଥିଲେ।

ଏହି ମ୍ୟାଚରେ ରସ୍‌ ଟେଲର (୮୪) ରନ୍‌ ଏବଂ କ୍ୟାରିବିଆଇ ଧୁରନ୍ଧର ଏଶ୍ଲେ ନର୍ସ(୬୦) ରନ୍‌ କରିଥିଲେ। ଯୋଧପୁରର ବାରକାଟୁଲ୍ଲା ଖାନ ଷ୍ଟାଡିୟମରେ ଲିଜେଣ୍ଡସ ଲିଗ୍ କ୍ରିକେଟ୍ କ୍ୱାଲିଫାୟରରେ ଏକ ରୋମାଞ୍ଚକର ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ୍ସ ଭିଲବାଡା କିଙ୍ଗସକୁ ୪ ଓ୍ଵିକେଟରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା। ପ୍ରଥମେ ବ୍ୟାଟିଂ କରି ଭିଲବାଡା କିଙ୍ଗସ୍ ୫ ଓ୍ଵିକେଟରେ ୨୨୬ ରନ୍‌ କରିଥିଲା। ଇଣ୍ଡିଆ କ୍ୟାପିଟାଲ୍ସର ୩ଟି ବଲ ବାକି ଥାଇ ୬ ଓ୍ଵିକେଟ ହରାଇ ମ୍ୟାଚ୍‌ ଜିତିନେଇଥିଲା।

ad-week
Leave A Reply

Your email address will not be published.