AIIMS ଓପିଡି ପାଇଁ ଆଉ ଦେବାକୁ ପଡିବନି କୌଣସି ପଇସା

youtube

ଏବେ ଆଉ ଏମ୍ସ ଓପିଡି ପାଇଁ ଦେବାକୁ ପଡିବ ନାହିଁ କୌଣସି ଶୁଳ୍କ। ଏମ୍ସକୁ ଚିକିତ୍ସା ପାଇଁ ସମଗ୍ର ଦେଶରୁ ଲୋକମାନେ ଆସନ୍ତି। ରୋଗୀଙ୍କୁ ଡାକ୍ତରଙ୍କ ସହିତ ଦେଖାହେବା ପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୂ ନୂଆ ବ୍ୟବସ୍ଥା ଲାଗୁ କରାଯାଇଛି।

ଯେଉଁମାନେ ଏମ୍ସକୁ ଚିକିତ୍ସା ପାଇଁ ଯାଉଛନ୍ତି, ସେମାନେ ଆଉ ଓପିଡିରେ ଚିକିତ୍ସା କରିବା ପାଇଁ କୌଣସି ଶୁଳ୍କ ଦେବେ ନାହିଁ। ରୋଗୀଙ୍କ ଚିକିତ୍ସା ଟ୍ରିଟମେଣ୍ଟ ସ୍ଲଟ ଆଧାରରେ କରାଯିବ। ଯେଉଁ ରୋଗୀଙ୍କ ନମ୍ବର ଆସିବ ନାହିଁ, ସେମାନେ ପ୍ରତୀକ୍ଷା କରିପାରିବେ। ଆଉ ରୋଗୀଙ୍କୁ ଏଥିପାଇଁ ଟୋକନ ମଧ୍ୟ ଦିଆଯିବ। ଅପେକ୍ଷା କରିଥିବା ରୋଗୀଙ୍କ ମଧ୍ୟରେ ଗର୍ଭବତୀ, ଦିବ୍ୟାଙ୍ଗ, ବୟସ୍କ ଏବଂ ଆବ୍ୟାକତା ଥିବା ରୋଗୀଙ୍କୁ ପ୍ରାଥମିକତା ଦିଆଯିବ।

ଏମ୍ସ ନିର୍ଦ୍ଦେଶକ ଡା ଏମ ଶ୍ରୀନିବାସଙ୍କ କହିବା ମୁତାବକ, ଓପିଡିରେ ଭିଡ ନିୟନ୍ତ୍ରଣ କରିବା ପାଇଁ ଏବ ଚିକିତ୍ସା ବ୍ୟବସ୍ଥାକୁ ସୁଧାରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଯାହା ଅନୁସାରେ ରାଜକୁମାରୀ ଅମୃତ କୌର ଓପିଡି ଏବଂ ସର୍ଜିକାଲ ବ୍ଲକ ଓପିଡିରେ ସ୍ଲଟ୍‌ ଅନୁସାରେ ଅନଲାଇନ ମାଧ୍ୟମରେ ବୁକ୍‌ କରିପାରିବେ। ଅନଲାଇନ ବୁକ୍‌ କରିବା ସମୟରେ ଚିଠା ଉପରେ ଥିବା ସମୟ ଅନୁସାରେ ହିଁ ରୋଗୀ ଡାକ୍ତରକୁ ଦେଖାଇପାରିବେ। ଏହାଛଡା ଯେଉଁମାନେ ଅନଲାଇନରେ ବୁକ୍‌ କରିନାହାନ୍ତି ସେମାନଙ୍କୁ ସ୍ଲଟ ପ୍ରଦାନ କରାଯିବ। ସମୟ ନ ଆସିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିବାକୁ ପଡିବ। ରୋଗୀ ଯେଉଁଠି ଅପେକ୍ଷା କରିବେ ସେହି ସ୍ଥାନରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହାଛଡା ରୋଗୀଙ୍କୁ ନିଜର ସ୍ଲଟ୍‌ ନମ୍ବର ବିଷୟରେ ମଧ୍ୟ ସୂଚନା ମିଳିବ।

ରିପୋର୍ଟ ମୁତାବକ, ଏକ୍ସରେ ଚିକିତ୍ସା କରିବା ପାଇଁ ଅନଲାଇନ ବୁକିଂ କରିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି। ଏକ ନମ୍ବରରୁ ସ୍ଲଟ ଅନୁସାରେ ମିଳିଥିବା ବୁକିଂରେ ଓପିଡି ରୋଗୀଙ୍କୁ ଚିକିତ୍ସା ପାଇଁ ସୁବିଧା ଆରମ୍ଭ ହୋଇଛି। ଏମ୍ସ ଓପିଡିରେ ରେଜିଷ୍ଟ୍ରେସନ ପାଇଁ ସକାଳୁ ଲାଇନ ଲାଗିଥାଏ। ଯାହାକୁ କମ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହାଛଡା ଏଠାକୁ ଚିକିତ୍ସା କରିବାକୁ ଆସୁଥିବା ରୋଗୀଙ୍କୁ ୩୦୦ ଟଙ୍କା ଚିକିତ୍ସା ପର୍ଯ୍ୟନ୍ତ କୌଣସି ପଇସା ଦେବାକୁ ପଡିବ ନାହିଁ। ତେବେ ରୋଗୀ ଦେଖାଇବା ପାଇଁ ଚିଠା ବଦଳରେ ଯେଉଁ ୧୦ ଟଙ୍କା ଶୁଳ୍କ ନେଉଥିଲେ, ତାହାକୁ ବନ୍ଦ କରିଦିଆଯାଇଛି। ଏହାଦ୍ୱାରା ଏମ୍ସ ଆସୁଥିବା ହଜାର ହଜାର ଲୋକଙ୍କୁ ଫାଇଦା ମିଳିବ। ୩୦୦ ଟଙ୍କା ପର୍ଯ୍ୟନ୍ତ ଯାହା ବି ଚିକିତ୍ସା ହେବ, ସେସବୁ ମାଗଣା କରାଯିବ। ପୂର୍ବରୁ ଏମ୍ସରେ ରକ୍ତ ପରୀକ୍ଷା, ଏକ୍ସ ରେ, ଅଲଟ୍ରାସାଉଣ୍ଡ ମାଗଣାରେ କରାଯାଉଛି।

Leave A Reply

Your email address will not be published.