ବୈଦ୍ୟନାଥପୁର ଥାନା ପକ୍ଷ ରୁ ପୃଥକ ପୃଥକ ଭାବେ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ…

add-all

ବ୍ରହ୍ମପୁର : ବ୍ରହ୍ମପୁର ସହର ରେ ପର୍ବାଣ ଋତୁ ଚାଲିଥିବା ବେଳେ ସାହି ଗଳି ଗଳିରେ ଚାଲିଛି ଅତ୍ୟାଧିକ ମାତ୍ରା ରେ ଜୁଆ ଖେଳ l ଏହିପରି ଭାବେ ଚାଲିଥିବା ଜୁଆ ଆଡ୍ଡା କୁ ରୋକିବା ପାଇଁ ବ୍ରହ୍ମପୁର ଏସ ପି ସମସ୍ତ ଥାନା କୁ ନିର୍ଦେଶ ଦେଇଛନ୍ତି l ଏହି ନିର୍ଦେଶ କୁ ଉଭୟ ସଦର ଏସ ଡି ପି ଓ ଏବଂ ଟାଉନ ଏସ ଡି ପି ଓ ଙ୍କ ଦ୍ୱରା ବିଭିନ୍ନ ଜାଗା ରେ ଚଢ଼ାଉ କରି ବହୁତ ଗୁଡ଼ାଏ ଜୁଆଡ଼ି କୁ ଗିରଫ କରି ବହୁ ମାତ୍ରା ରେ ଟଙ୍କା ଜବତ କରିଥିବା ବେଳେ ଆଜି ବୈଦ୍ୟନାଥପୁର ଥାନା ଅଧୀନରେ ଥିବା ରାମନଗର ଅଞ୍ଚଳ ରେ ଜୁଆ ଖେଳ ଚାଲିଥିବା କୌଣସି ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରାମ କୁମାର ମୁର୍ମୁ ଙ୍କ ନେତୃତ୍ୱ ରେ ଏକ ସତନ୍ତ୍ର ଟିମ ଦ୍ୱରା ଦୁଇଟି ଜୁଆ ଆଡ୍ଡା ରେ ଚଢାଉ କରା ଯାଇଥିଲା l ପ୍ରଥମେ ଆଠ ଜଣ ଜୁଆଡ଼ି ସହ ପ୍ରାୟ 11250 ଟଙ୍କା ଜବତ ହୋଇଥିବା ବେଳେ ରାମନଗର ଶିବ ମନ୍ଦିର ପାଖରେ ପୁଣି ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଛଅ ଜଣ ଜୁଆଡ଼ି ସହ ପ୍ରାୟ 10000 ଟଙ୍କା ଜବତ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.