ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା

add-all

ନୂଆଦିଲ୍ଲୀ: ବୁଧବାର ରସାୟନ ବିଜ୍ଞାନ ପାଇଁ ସମ୍ମାନଜନକ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ଦୁଇ ଜଣ ଓ ଡେନମାର୍କର ଜଣେ ବୈଜ୍ଞାନିକଙ୍କ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ୨୦୨୨ ପାଇଁ ଆମେରିକାର କାରୋଲିନ୍‌ ବେରତୋଜି, ବେରି ଶାର୍ପଲେସ୍‌ ଏବଂ ଡେନମାର୍କର ମୋର୍ଟେନ ମେଲାଡାଲ ଏହି ମର୍ଯ୍ୟାଦାଜନକ ପୁରସ୍କାରରେ ଭୂଷିତ ହେବେ। ରସାୟନ ବିଜ୍ଞାନ କ୍ଷେତ୍ର ଉଲ୍ଲେଖନୀୟ ଗବେଷଣା ଲାଗି ଏହି ୩ ଜଣଙ୍କୁ ମନୋନିତ କରାଯାଇଥିବା ବିଚାରକଙ୍କ ପକ୍ଷରୁ କୁହାଯାଇଛି। ତେବେ ୮୧ ବର୍ଷୀୟ ଶାର୍ପଲେସ୍‌ ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାର ପାଇବେ। ୨୦୦୧ ରସାୟନ ବିଜ୍ଞାନ ପାଇଁ ଶାର୍ପଲେସ୍‌ ନୋବେଲ ପୁରସ୍କାର ପାଇଥିଲେ।
ଆଲଫ୍ରେଡ ନୋବେଲଙ୍କ ନାମରେ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ପାଇଁ ଚୟନ ନେଇ କେତେକ ନିର୍ଦ୍ଧିଷ୍ଟ ମାନଦଣ୍ଡ ରଖିଛନ୍ତି। ସେହିଅନୁଯାୟୀ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୀତି ଓ ରସାୟନ ବିଜ୍ଞାନରେ ଉତ୍କର୍ଷତା ଲାଭ କରୁଥିବା ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଆଲଫ୍ରେଡ କହିଥିଲେ ଯେ, ମୁଁ ଏମିତି ଏକ ଆବିଷ୍କାର ସନ୍ଧାନରେ ରୁହେ ଯାହା ମାନବ ସମାଜ ପାଇଁ କଲ୍ୟାଣକାରୀ ହେବ। ତେଣୁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା ବ୍ୟକ୍ତିବିଶେଷ ହିଁ ଏହି ପୁରସ୍କା ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି। ୧୮୯୫ ଆଲଫ୍ରେଡ୍‌ ମୃତ୍ୟୁ ପରଠାରୁ ତାଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

ad-week
Leave A Reply

Your email address will not be published.