ମହିଳାମାନଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦେବା ଉଚିତ୍: ମୋହନ ଭାଗବତ

add-all

ନାଗପୁର: ଦଶହରା ଅବସରରେ ବୁଧବାର ମହିଳା ସଶକ୍ତିକରଣ କଥା କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସସ) ମୁଖ୍ୟ ମୋହନ ଭାଗବତ। ବିଜୟା ଦଶମୀ ଅବସରରେ ନାଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ କହିଛନ୍ତି, ମହିଳାମାନଙ୍କୁ ସମାନ ଦୃଷ୍ଟିରେ ଦେଖାଯିବା ଉଚିତ୍। ସେମାନଙ୍କ ସହ କୌଣସି ପ୍ରକାର ଲିଙ୍ଗଗତ ପ୍ରଭେଦ ହେବା ଉଚିତ ନୁହେଁ। ବିଶେଷ କରି ମହିଳାମାନଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦିଆଯିବା ଉଚିତ୍।
ସେ କହିଛନ୍ତି, ମହିଳାମାନଙ୍କ ଠାରେ ଅପାର ଶକ୍ତି ରହିଛି। ମାତୃ ଶକ୍ତି ଯାହା କରିପାରିବ, ତାହା ପୁରୁଷ କରିପାରିବ ନାହିଁ। ମହିଳାଙ୍କ ବିନା ଦେଶର ଅଗ୍ରଗତି ସମ୍ଭବ ନୁହେଁ। ତେଣୁ ମହିଳାମାନଙ୍କୁ ସଶକ୍ତ କରିବା ଜରୁରୀ।
ମୋହନ ଭାଗବତ ଆହୁରି କହିଛନ୍ତି, ସମସ୍ତ କ୍ଷେତ୍ରରେ ମହିଳାଙ୍କୁ ସମାନ ସୁଯୋଗ ଦେବାର ଆବଶ୍ୟକତା ରହିଛି। ମହିଳାଙ୍କୁ ଘର ଭିତରେ ସୀମିତ ରଖିବା ଭଲ ନୁହେଁ। ମହିଳାମାନଙ୍କର ସବୁକ୍ଷେତ୍ରରେ ନିଷ୍ପତ୍ତି ନେବାର ଅଧିକାର ରହିଛି। ସେମାନଙ୍କୁ ଶିକ୍ଷିତ କରାଇବା, ସଶକ୍ତ କରିବା, ସେମାନଙ୍କୁ କାର୍ଯ୍ୟ କରିବାର ସ୍ୱାଧୀନତା ଦେବା ଏବଂ ସମସ୍ତ କାର୍ଯ୍ୟରେ ସମାନ ଅଂଶଗ୍ରହଣ କରିବାର ସୁଯୋଗ ଦେବା ଜରୁରୀ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.