ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ବେଆଇନ: ପାଟନା ହାଇକୋର୍ଟ

add-all

ପାଟନା: ବିହାରରେ ପଛୁଆ ବର୍ଗ(ଓବିସି)ଙ୍କ ଲାଗି ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଉପରେ ରୋକ ଲଗାଇଛନ୍ତି ପାଟନା ହାଇକୋର୍ଟ। ପଞ୍ଚାୟତ ନିର୍ବାଚନ ପାଇଁ ଓବିସିଙ୍କ ପାଇଁ ରାଜ୍ୟ ସରକାର ଆଣିଥିବା ସଂରକ୍ଷଣ ବ୍ୟବସ୍ଥାକୁ ବେଆଇନ କହିଛନ୍ତି ହାଇକୋର୍ଟ। ପଞ୍ଚାୟତ ନିର୍ବାଚନ ଲାଗି ବିହାର ସରକାର ଓବିସି ଏବଂ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଥିଲେ। ଉଭୟ ବ୍ୟବସ୍ଥାକୁ ଖାରଜ କରିଛନ୍ତି କୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କାରଲୋ ଏବଂ ଜଷ୍ଟିସ ଏସ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁଣାଣିରେ କୋର୍ଟ ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ କରିଛନ୍ତି। ଏବେ ପଞ୍ଜାୟତ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ କୋର୍ଟ କହିଛନ୍ତି।
ଏହି ନିର୍ଦ୍ଦେଶକୁ ତତକ୍ଷଣାତ କାର୍ଯ୍ୟ କରି ପୁନଃ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରିବାକୁ କହିଛନ୍ତି। ଏଥିସହ ଓବିସିମାନଙ୍କୁ ଜେନେରାଲ ଶ୍ରେଣୀରେ ସାମିଲ କରିବା ପାଇଁ କହିଛନ୍ତି। ଦଶହରା ଉପଲକ୍ଷେ ଛୁଟି ସତ୍ତ୍ୱେ କୋର୍ଟଙ୍କ ପକ୍ଷରୁ ଏହି ଅର୍ଡ଼ର ଆସିଛି। ବିହାରରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଅକ୍ଟୋବର ୧୦ରେ ରହିଛି। ଅର୍ଥାତ ହାତରେ ଆଉ ମାତ୍ର ସପ୍ତାହେରୁ କମ ସମୟ ରହିଛି। ପୂର୍ବରୁ ମାମାଲା ଶୁଣାଣି ହୋଇ ସେପ୍ଟେମ୍ବର ୨୯ରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ।

ad-week
Leave A Reply

Your email address will not be published.