ଆନ୍ନି ଏର୍ନକ୍ସଙ୍କୁ ସାହିତ୍ୟରେ ନୋବେଲ

add-all

ଷ୍ଟକହୋମ: ସାହିତ୍ୟ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର। ୨୦୨୨ ବର୍ଷ ପାଇଁ ସାହିତ୍ୟରେ ନୋବେଲ ପାଇବେ ଫରାସୀ ଲେଖିକା ଆନ୍ନି ଏର୍ନକ୍ସ। ନୋବେଲ ପୁରସ୍କାର ପ୍ରଦାନ ପାଇଁ ତିଆରି ହୋଇଥିବା କମିଟି ସର୍ବସମ୍ମତିକ୍ରମେ ଆନ୍ନି ଙ୍କ ନାଁ ଉପରେ ମୋହର ମାରିଛି। ଷ୍ଟକହୋମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆନ୍ନି ଏର୍ନକ୍ସ ସାହିତ୍ୟରେ ନୋବେଲ ପାଇବେ ବୋଲି ଘୋଷଣା କରାଯାଇଛି।
ଆନିଙ୍କୁ ତାଙ୍କ ବହି courage and clinical acuity ପାଇଁ ନୋବେଲ ପୁରସ୍କାର ଦିଆଯିବ। ଆନ୍ନିଙ୍କ ଏହି ବହିରେ ବ୍ୟକ୍ତିଗତ ସ୍ମୃତିର ମୂଳ, ପ୍ରଣାଳୀ ଓ ସାମୂହିକ ପ୍ରତିବନ୍ଧକକୁ ଉଜାଗର କରାଯାଇଛି। ନୋବେଲ କମିଟି କହିଛି, ଆନ୍ନି ସବୁବେଳେ ନିଜ ଲେଖାରେ ମୁକ୍ତିଶକ୍ତିରେ ବିଶ୍ୱାସ କରନ୍ତି। ତାଙ୍କ କାମ ତୁଳନା ଠାରୁ ବଡ଼ ଓ ସେ ସବୁବେଳେ ସମସ୍ତେ ବୁଝି ପାରୁଥିବା ଭଳି ସାହିତ୍ୟ ଲେଖନ୍ତି। ଏଥିପାଇଁ ତାଙ୍କୁ ୨୦୨୨ ବର୍ଷ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯିବ।
୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିବା ଫରାସୀ ଲେଖକ ଆନ୍ନି ଏର୍ନକ୍ସ ନର୍ମାଣ୍ଡିର ଛୋଟ ସହର ୟଭେଟେରେ ସେ ବଡ଼ ହୋଇଥିଲେ। ତାଙ୍କ ବାପା ମା’ ଗୋଟିଏ ତେଜରାତି ଦୋକାନ ଓ କାଫେ ଥିଲା। ସେ ପିଲାଦିନରୁ ଅନେକ ବଡ଼ବଡ଼ କାମ ପାଇଁ ସ୍ୱପ୍ନ ଦେଖିଥିଲେ। ଆନ୍ନି ନିଜର ଲେଖାଦ୍ୱାରା ବାରମ୍ବାର ଓ ବିଭିନ୍ନ ଉପାୟରେ ଲିଙ୍ଗ, ଭାଷା ଓ ବର୍ଗ ଆଧାରରେ ରହିଥିବା ଅସମାନତା ବିରୋଧରେ ଲେଖି ଚାଲିଥିଲେ। ଏହି ଲେଖିବାର ରାସ୍ତା ତାଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥିଲା। ତଥାପି ସେ ଲେଖିବା ବନ୍ଦ କରି ନଥିଲେ। ଶେଷରେ ତାଙ୍କୁ ନୋବେଲ ପୁରସ୍କାର ମିଳିବାକୁ ଯାଉଛି। ଆନ୍ନି ଦୀର୍ଘ ୩୦ ବର୍ଷ ହେଲା ସାହିତ୍ୟ ଜଗତ ସହ ଜଡ଼ିତ ହୋଇ ରହିଛନ୍ତି।

ad-week
Leave A Reply

Your email address will not be published.