ମଇଁଷି ପଲ ସହ ମାଡ଼ ହେଲା ବନ୍ଦେ ଭାରତ ଏକ୍ସପ୍ରେସ, ଭାଙ୍ଗିଗଲା ସାମ୍ନା ଭାଗ

add-all

ଅହମଦାବାଦ: ଶୁଭାରମ୍ଭର କିଛି ଦିନ ପରେ ଭାଙ୍ଗିଲା ବନ୍ଦେ ଭାରତ ଏକ୍ସପ୍ରେସ। ମୁମ୍ବାଇରୁ ଗାନ୍ଧୀନଗର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ମଇଁଷି ପଲ ସହ ମାଡ଼ ହୋଇଥିବା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ବନ୍ଦେ ଭାରତ ଏକ୍ସପ୍ରେସର ସାମ୍ନା ଭାଗ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।ଏହି ଦୁର୍ଘଟଣା ଗୁରୁବାର ସକାଳ ୧୧ଟା ୧୫ମିନିଟ ସମୟରେ ଘଟିଥିଲା। ଏହି ଦୁର୍ଘଟଣାରେ କିଛି ମଇଁଷିଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ପଶ୍ଚିମ ରେଳପଥ ପିଆରଓ ଜେକେ ଜୟନ୍ତ।
ସୂଚନା ମୁତାବକ, ମୁମ୍ବାଇରୁ ଗାନ୍ଧୀନଗର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ବାତବା ଏବଂ ମଣିନଗର ଷ୍ଟେସନ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାତବା ଏବଂ ମଣିନଗର ଷ୍ଟେସନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ୩-୪ଟି ମଇଁଷି ଚାଲିଆସିଥିଲେ। ଏହା ଦ୍ବାରା ଟ୍ରେନର ସାମ୍ନା ଭାଗ ଭାଙ୍ଗିଯାଇଥିଲା। ତେବେ ଟ୍ରେନର ଅନ୍ୟ କୌଣସି କ୍ଷତି ହୋଇନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଟ୍ରେନରେ ମାଡ ‌ହୋଇ କିଛି ମଇଁଷିଙ୍କ ମୃତ୍ୟୁ ହେବାରୁ ତାଙ୍କ ମରଶରୀରକୁ ରେଳ ଧାରଣାରୁ ଉଠାଇ ଦିଆଯାଇଥିଲା। ଘଟଣାର ପ୍ରାୟ ୨୦ମିନିଟ ପରେ ଟ୍ରେନ ନିଜ ଗସ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ବୋଲି ଜଣାପଡ଼ିଛି।
ତେବେ ସେପ୍ଟେମ୍ବର ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଗାନ୍ଧୀନଗରରୁ ପତାକା ଦେଖାଇ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଳୁପୁର ରେଳଷ୍ଟେସନ ପର୍ଯ୍ୟନ୍ତ ମଧ୍ୟ ଯାତ୍ରା କରିଥିଲେ।

ad-week
Leave A Reply

Your email address will not be published.