ଆଜି ଶ୍ରୀକ୍ଷେତ୍ରରେ ଗୋସାଣି ଯାତ ଓ ଭସାଣି ଉତ୍ସବ

add-all

ପୁରୀ:ଆଜି ପୁରୀରେ ହେବ ଗୋସାଣି ଯାତ ଓ ଭସାଣି ଉତ୍ସବ । ପ୍ରତିକୂଳ ପାଗ ଓ ବର୍ଷା ଯୋଗୁ ଗତକାଲି ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋସାଣି ଯାତ୍ରା ସ୍ଥଗିତ ରହିଥିଲା। ପରମ୍ପରା ଅନୁଯାୟୀ ସିଂହଦ୍ୱାର ନିକଟରେ ସାତ ସାହି ୪୨ ଗଳିରେ ପ୍ରାୟ ୬୦ଟି ମେଢ ଏକାଠି ହେବ। ସିଂହଦ୍ୱାରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗୋସାଣି ଯାତ୍ରା ସମସ୍ତ ପ୍ରସ୍ତୁତି ସରିଛି।

ବିଭନ୍ନ ପୂଜା ମଣ୍ଡପରେ ପୂଜାପାଇଥିବା ମା’ ବାରବାଟୀ, ଜହ୍ନିଖାଇ, ଶୂନ୍ୟଗୋସାଣି, ବେଲବାଇ, ଗେଲବାଇ , ନାଗା, ସିମ୍ପାଥି, ବୁଢାବୁଢିି, ଦଶମୁଣ୍ଡିଆ ରାବଣ ଆଦି ମା’ଙ୍କ ବିଭିନ୍ନ ରୂପର ଆକର୍ଷଣୀୟ ଗୋସାଣି ମୂର୍ତ୍ତିଙ୍କ ସମାଗମ ହୋଇଥାଏ। ପରେ ବିଳମ୍ବିତ ରାତିରେ ପ୍ରତିମା ଗୁଡିକର ଭସାଣି କରାଯାଏ।

ad-week
Leave A Reply

Your email address will not be published.