
ହିଞ୍ଜିଳିକାଟୁ, ୬।୧୦(): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ ଅନ୍ତର୍ଗତ ତହଁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶିବରାମ ମେହେଣା ଙ୍କୁ କାଞ୍ଜିଆମା ଗ୍ରାମ ରେ ମଙ୍ଗଳବାର ରାତିରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ଥାନା ରେ ଅଭିଯୋଗ ହୋଇଛି। ପ୍ରକାଶ ଯେ କାଞ୍ଜିଆମା ଗ୍ରାମ ରେ କୋଠିଶାଳ ଯାତ୍ରା କୁ ସରପଞ୍ଚ ମେହେଣାଙ୍କୁ ପୂଜା କମିଟି ନିମନ୍ତ୍ରଣ କରିଥିଲେ। ମଙ୍ଗଳବାର ରାତିରେ ସରପଞ୍ଚ ଓ ତାଙ୍କର କିଛି ସହଯୋଗୀ କାଞ୍ଜିଆମା କୋଠିଶାଳ ପୂଜାକୁ ଯାଇଥିଲେ। ସେଠାରେ ପ୍ରାୟ ୧୦ ଜଣ ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ମେହେଣାଙ୍କୁ ତଳେ ପକାଇ ଆକ୍ରମଣ କରିଥିଲେ। ଅନ୍ୟ କିଛି ଲୋକ ଆକ୍ରମଣକାରୀଙ୍କ କବଳରୁ ସରପଞ୍ଚଙ୍କୁ ଉଦ୍ଧାର କରିଥିଲେ ବୋଲି ମେହେଣା ଗୁରୁବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଏଥିପାଇଁ ଥାନାରେ ନଂ- ୫୩୬/୨୨ରେ ମାମଲା ରୁଜୁ ହୋଇଛି। ଅନ୍ୟ ପକ୍ଷରେ କାଞ୍ଜିଆମା ଗ୍ରାମର ଲକ୍ଷ୍ମୀ ଜେନା ନାମକ ଜୈନିକା ମହିଳା ପାଲଟା ଅଭିଯୋଗରେ ସରପଞ୍ଚ ମେହେଣା ଓ ତାଙ୍କ ସହଯୋଗୀ ମାନେ ମହିଳାଙ୍କୁ ଗାଳିଗୁଲଜ ସହ ଆକ୍ରମଣ ଧମକ ଦେଇଥିବା ଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ଥାନାରେ ଏଥି ନେଇ ନଂ ୫୩୭/୨୨ରେ ମାମଲା ରୁଜୁ ହୋଇଛି। ପୋଲିସ ଉଭୟ ମାମଲାର ତଦନ୍ତ ଜାରି ରଖିଛି।