ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଯୋଗଦେଲେ ୧୪୩ ଆୟୁର୍ବେଦିକ ମେଡିକାଲ ଅଧିକାରୀ

add-all

ଭୁବନେଶ୍ୱର: ଆୟୁର୍ବେଦ ହେଉଛି ଜୀବନ ବିଜ୍ଞାନର ଏକ ପୁରୁଣା ଜ୍ଞାନ ଯାହା ପାରମ୍ପାରିକ ଭାବରେ ଭାରତର ଲକ୍ଷ ଲକ୍ଷ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ବଜାୟ ରଖିବା ଏବଂ ରୋଗ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଆସୁଛି । ବର୍ତ୍ତମାନ ଏହି ଜ୍ଞାନ, ଆଧୁନିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସହିତ ସମାଜକୁ ଅଧିକ ପ୍ରଭାବଶାଳୀ କରିବାରେ ସହାୟକ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ନବନିଯୁକ୍ତ ଆୟୁର୍ବେଦିକ ଚିକିତ୍ସାଧୀକାରୀଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ବିଭିନ୍ନ ଉପଦେଶ ମାନ ଦେବା ସହ ସେମାନଙ୍କୁ ସ୍ୱାସ୍ଥ୍ୟସେବାରେ ଆମର ପରିବର୍ତ୍ତନଶୀଳ ଯାତ୍ରାକୁ ବଢ଼ାଇବା ପାଇଁ ୫-ଟି ପଦକ୍ଷେପ ଅନୁସରଣ କରିବାକୁ କହିଥିଲେ।

ଆଜି ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଜି ୧୪୩ ଆୟୁର୍ବେଦିକ ମେଡିକାଲ ଅଧିକାରୀ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଧୁନିକ ସ୍ୱାସ୍ଥ୍ୟସେବା ସହିତ ଆୟୁର୍ବେଦର ପାରମ୍ପାରିକ ଜ୍ଞାନ ଆମ ସ୍ୱାସ୍ଥ୍ୟସେବାକୁ ଅଧିକ ପ୍ରଭାବଶାଳୀ କରିବାରେ ସହାୟକ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆୟୁର୍ବେଦ ହେଉଛି ଜୀବନ ବିଜ୍ଞାନର ଏକ ପୁରୁଣା ଜ୍ଞାନ ଯାହା ପାରମ୍ପାରିକ ଭାବରେ ଭାରତର ଲକ୍ଷ ଲକ୍ଷ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ବଜାୟ ରଖିବା ଏବଂ ରୋଗ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଆସୁଛି । ବର୍ତ୍ତମାନ ଏହି ଜ୍ଞାନ, ଆଧୁନିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସହିତ ସମାଜକୁ ଅଧିକ ପ୍ରଭାବଶାଳୀ କରିବାରେ ସାହାଯ୍ୟ କରିବା ପାଇଁ ସଂରଚନା ଅଧ୍ୟୟନ ସହିତ ପୁର୍ନଜୀବିତ ହୋଇଛି ବୋଲି ସେ କହିଛନ୍ତି ।

ad-week
Leave A Reply

Your email address will not be published.