ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଲାଗି କଂଗ୍ରେସ ପ୍ରତିନିଧି ଦଳର ବୈଠକ

add-all

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଶୁକ୍ରବାର ଦିନ କଂଗ୍ରେସର ଏକ ୪ ଜଣିଆ ପ୍ରତିନିଧି ଦଳ ଧାମନଗର ଆସି ବରିଷ୍ଠ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧୂଷୁରୀ ପଞ୍ଚାୟତର ବାହାରବିଲଠାରେ ଅନୁଷ୍ଠିତ ବୈଠକରେ ବାବା ହରେକୃଷ୍ଣ ସେଠୀ, ହୃଦାନନ୍ଦ ସେଠୀ, ବିଦ୍ୟାଧର ଜେନା, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ପୂର୍ବତନ ସାଂସଦ ମୁରଲୀଧର ଜେନାଙ୍କ ସାମ୍ଭାବ୍ୟ ପ୍ରାର୍ଥିତ୍ବ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ପ୍ରତିନିଧି ଦଳରେ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ବିଧାୟକ ଚିନ୍ମୟ ବେହୁରିଆଙ୍କ ସହ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ବୈଠକରେ ଉପସ୍ଥିତ ଥିଲେ। ତୃଣମୂଳସ୍ତରରୁ ସଂଗୃହୀତ ହୋଇଥିବା ରିପୋର୍ଟ ଦଳୀୟ ହାଇକମାଣ୍ଡଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି। ଆସନ୍ତା ୧୦ ତା‌ରିଖ ସୁଦ୍ଧା କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ad-week
Leave A Reply

Your email address will not be published.