ମୁଖ୍ୟ ସଚିବ ଓ ଜିଲାପାଳଙ୍କୁ ଜବାବ ତଲବ, ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟର ୬୮ ଗାଁ

add-all

ନୂଆଦିଲ୍ଲୀ : ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ କୋରାପୁଟ ଜିଲାର ୬୮ଟି ଗ୍ରାମର ଲୋକ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ବିଜୁଳି ଓ ଟେଲିଫୋନ ନେଟୱାର୍କ ଆଦି ମୌଳିକ ସୁବିଧାରୁ ବଞ୍ଚିତ ଅଭିଯୋଗର ବିଚାର କରି ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ମୁଖ୍ୟ ସଚିବ ଓ କୋରାପୁଟ ଜିଲାପାଳଙ୍କୁ ଜବାବ ତଲବ କରିଛନ୍ତି । ପୂର୍ବରୁ ଜିଲାର ୪୩ଟି ଗ୍ରାମରେ ମୌଳିକ ସୁବିଧାର ଅଭାବ ପ୍ରସଙ୍ଗରେ କୋରାପୁଟ ଜିଲାପାଳ ଜବାବ ଦାଖଲ କରିବାରେ ବିଫଳ ହେବାରୁ ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫ ସୁଦ୍ଧା ଆୟୋଗରେ ତଥ୍ୟ ଉପସ୍ଥାପନ କରିବାକୁ ଏନଏଚଆରସି ନିର୍ଦେଶ ଦେଇଛନ୍ତି। ଆୟୋଗରେ ମାନବାଧିକାର କର୍ମୀ ତଥା ଆଇନଜୀବି ରାଧାକାନ୍ତ ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାର ଅନେକ ଅଞ୍ଚଳରେ ସରକାରୀ ସୁବିଧା ପହଞ୍ଚି ପାରିନାହିଁ । ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମରେ ଗୁଞ୍ଜିଆଗୁଡ଼ା, ମାଝୀଗୁଡ଼ା, ଛୁଆଫୁଲ, ବିଲପୁଟ, ଡ଼ୁମୁରୀଗୁଡ଼ା, ରାଇପଡ଼ା, ବଡ଼ଗାଁ, ବୁରୁଡ଼ି ସାହି, ପାଟାଙ୍ଗୀ, କଟ୍ରାଗୁଡ଼ା, ଲେଞ୍ଜିଗୁଡ଼ା, ମାଳିଗୁଡ଼ା, ଘସବାନକିଗୁଡ଼ା, ଗଣ୍ଡଡ଼୍ରିଗୁ ଆଦି ରହିଛି।

ad-week
Leave A Reply

Your email address will not be published.