ଆରମ୍ଭ ହେବ କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

add-all

ପୁରୀ ୦୯।୧୦ : ସୋମବାରଠୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ରାଜ୍ୟ ସରକାରଙ୍କ ଯୋଜନାରେ ପୁରୀର ୫ଟି ସ୍ଥାନରେ ମାଗଣାରେ ହବିଷ୍ୟ ବ୍ରତ ପାଳନ କରିବେ ୩ ହଜାର ହବିଷ୍ୟାଳୀ। ସୋମବାର ସନ୍ଧ୍ୟା ୬ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ହବିଷ୍ୟାଳୀ ଶିବିରର ଉଦଘାଟନ କରିବେ। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନାରେ ବ୍ରତ ଧାରିଣୀ ମାନେ କିଭଳି ସୁରୁଖୁରୁରେ ପୁରୀରେ ରହି ଏହି ବ୍ରତ କରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କୋଭିଡ ମହାମାରୀ ଯୋଗୁଁ ଗତ ଦୁଇବର୍ଷ ହେବ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ ଜମୁନଥିବା ବେଳେ ଚଳିତବର୍ଷ ପ୍ରାୟ ତିନି ହଜାର ହବିଷ୍ୟାଳୀ ଆସି ପାଞ୍ଚଟି ଶିବିରରେ ରହିଛନ୍ତି।  ଜିଲ୍ଲାପ୍ରଶାସନ ପକ୍ଷରୁ ହବିଷ୍ୟାଳୀ ମାନଙ୍କ ପାଇଁ ରହିବା, ମହାପ୍ରସାଦ ସେବନ, ଶ୍ରୀଜୀଉଙ୍କ ଦର୍ଶନ, ପ୍ରବଚନ ଓ ଆଧ୍ୟାତ୍ମିକ ଆଲୋଚନା ଶୁଣିବା ବ୍ୟବସ୍ଥା ମଧ୍ୟ କରାଯାଇଛି।

ad-week
Leave A Reply

Your email address will not be published.