ସୀମାନ୍ତରେ ପୂର୍ବତନ ନାଏବ ସରପଂଚଙ୍କୁ ଗୁଳି କରି ହତ୍ୟା ଉଦ୍ୟମ

add-all

ମାଲକାନଗିରି (୦୯l୧୦) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୂର୍ୱତନ ସରପଂଚଙ୍କୁ ମାଓବାଦୀ ମାନେ ଗୁଳିକରି ହତ୍ୟା ଉଦ୍ୟମ କରିଛନ୍ତିା ସୁଚନା ମୁତାବକ କାଂକେର ଜିଲ୍ଲା କୋୟଲିବେଡା ବ୍ଲକ ଅନ୍ତର୍ଗତ ଚାରଗାନ୍ଦ ଗ୍ରାମର ସିୟାରାମ ରାମଟେକେ ନାମକ ବ୍ୟକ୍ତି ରାଜନୀତିରେ ଜଣେ ସକ୍ରୀୟ ନେତା ଥିଲୋ ସେ ଏଥିପୂବେ ନାଏବ ସରପଂଚ ଭାବେ କାର୍ଯ୍ୟ କରୁଥିଲୋ ତେବେ ପୋଲିସ ସୁଚନା ଦାତା ସନ୍ଦେହରେ ମାଓବାଦୀ ମାନେ ଗତକାଲି ରାତିରେ ରାମଟେକେଙ୍କୁ ଗୁଳି କରିଥିଲୋ ତେବେ ତାଙ୍କୁ ଗୋଡରେ ଓ ପେଟରେ ଗୁଳି ବାଜିଥିବା ବେଳେ କାଂକେଲ ଜିଲ୍ଲା ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ଜାରି ରହିଥିବା କାଂକେର ପୋଲିସ ସୁତ୍ରରୁ ପ୍ରକାଶ ।

ad-week
Leave A Reply

Your email address will not be published.