ଗଣକବି ବୈଷ୍ଣବ ପାଣିଙ୍କ ୧୪୦ତମ ଜନ୍ମ ଜୟନ୍ତୀ

add-all

କଟକ, ୦୯/୧୦: ଗଣକବି ବୈଷ୍ଣବ ପାଣିଙ୍କ ଆଜି ୧୪୦ତମ ଜନ୍ମ ଜୟନ୍ତୀ।କଟକ ଖାନନଗର, ଯେଉଁଠି ଗଣକଵି ଶେଷ ଵିଶ୍ରାମ ନେଇଥିଲେ, ସେଠାରେ ତାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଖାନ ନଗର ପାର୍କରେ ଥିବା ଗଣକଵି ଵୈଷ୍ଣଵ ପାଣିଙ୍କ  ପ୍ରତିମୂର୍ତ୍ତିରେ ମାହାଙ୍ଗା ଵିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ସହରର ଵହୁ ମାନ୍ୟଗଣ୍ୟ ଵ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଯୋଗ ଦେଇ ଗଣକବିଙ୍କ ସ୍ମୃତି ଚାରଣ କରିଥିଲେ।

ଗଣକଵି ତାଙ୍କ ଲେଖା ଜରିଆରେ ଵ୍ରିଟିଶ ଶାସନ ଵିରୋଧରେ ସ୍ବର ଉତ୍ତୋଳନ କରିବା ସହ ସମାଜ ସଂସ୍କାରକ ଭୂମିକା ମଧ୍ୟ ତୁଲାଇଥିଲେ। ଜଣେ ନାଟ୍ୟକାର ଭାଵେ ତାଙ୍କର ଯେତିକି ପରିଚୟ ଥିଲା, ଗିତୀନାଟ୍ୟର ସ୍ରଷ୍ଟା ଭାଵେ ମଧ୍ୟ ସେତିକି ପରିଚୟ ଥିଲା।ତାଙ୍କର ନୀତି ଆଦର୍ଶ ଆଉ ଲେଖାର ପ୍ରାସଙ୍ଗିକତା ଆଜି ଯଥେଷ୍ଟ ଅଧିକ ରହିଛି ଵୋଲି ଵିଧାୟକ ପ୍ରତାପ ଜେନା କହିଛନ୍ତି।

ad-week
Leave A Reply

Your email address will not be published.