ଜାତୀୟ ସଙ୍ଗୀତ କଳକେନ୍ଦ୍ର ପକ୍ଷରୁ ତ୍ୟାଗବୀର ଦିବାକର ଜୟନ୍ତୀ ପାଳିତ

add-all

ବ୍ରହ୍ମପୁର (୦୯/୧୦) : ରାଜ୍ୟର ସର୍ବ ପୂରାତନ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳା କେନ୍ଦ୍ର” ପକ୍ଷରୁ ତ୍ୟାଗବୀର ଦିବାକର ପଟ୍ଟନାୟକଙ୍କ ୧୨୩ତମ ଜୟନ୍ତୀ କଳା କେନ୍ଦ୍ର ପରିସର ସ୍ଥିତ ଭଞ୍ଜ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ୍ ତଥା ସୁନାମଧନ୍ୟ ସାରସ୍ଵତ ସାଧକ ହାଡିବନ୍ଧୁ ମାଳୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ କଳାରତ୍ନ ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ଭଞ୍ଜ ଗୌରବ ବଂଶୀଧର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଵାଧୀନତା ସଂଗ୍ରାମୀ ଦିବାକର ପଟ୍ଟନାୟକ ଉଭୟ ରାଷ୍ଟ୍ର ଓ ସମାଜ ସେବା କ୍ଷେତ୍ରରେ ତ୍ୟାଗର ଏକ ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ସର୍ବଶ୍ରୀ ଦୀନବନ୍ଧୁ ଶ୍ରୀପଲ୍ଲବ, ଶୁଭେନ୍ଦୁ କୁମାର ସାମନ୍ତରାୟ, ଲକ୍ଷ୍ମୀ ନାରାୟଣ ଆଚାରି, ସୁବାସ ଚନ୍ଦ୍ର ସାହୁ, ନୀଳାଚଳ ମହାରଣା, ଅରୁଣ କୁମାର ସାହୁ, ଦେବୀ ପ୍ରସାଦ ସାହୁ ପ୍ରମୁଖ ତ୍ୟାଗବୀରଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । କଳା କେନ୍ଦ୍ରର ସମ୍ପାଦକ ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ ସ୍ବାଗତ ଭାଷଣ କ୍ରମରେ ତ୍ୟାଗବୀରଙ୍କ ଜୀବନାଦର୍ଶ ଓ କଳା କେନ୍ଦ୍ର ସହ ତାହାଙ୍କ ସଂପୃକ୍ତି ସମ୍ପର୍କରେ ସିଂହାବଲୋକନ କରିଥିଲେ । ପରିଶେଷରେ ଉଦ୍ଘୋଷକ ସୂର୍ଯ୍ୟ ନାରାୟଣ ପାତ୍ର ଦିଗୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.